pakka

ବିଦ୍ୟୁତ ବିଭ୍ରାଟକୁ ନେଇ ପୁରୁଖା କଂଗ୍ରେସ ନେତୃବୃନ୍ଦଙ୍କ ସାମୁଖ୍ୟ ପକ୍ଷରୁ ଅସନ୍ତୋଷ ପ୍ରକାଶ

bbehera
  • ପୂର୍ବ ବିଭାଗୀୟ କାର୍ଯ୍ୟାଳୟଠାରେ ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ସହିତ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ବର୍ଷର ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପ୍ରଭାବରେ ବଲାଙ୍ଗିର ଜିଲ୍ଲା ଜନସାଧାରଣ ହନ୍ତସନ୍ତ ହେଉଥିବା ବେଳେ ବାରମ୍ବାର ବିଦ୍ୟୁତ ବିଭ୍ରାଟକୁ ନେଇ ପୁରୁଖା କଂଗ୍ରେସ ନେତୃବୃନ୍ଦଙ୍କ ସାମୂଖ୍ୟ ପକ୍ଷରୁ ଅସନ୍ତୋଷ ପ୍ରକାଶ ପୂର୍ବକ ସ୍ଥାନୀୟ ବିଭାଗୀୟ କାର୍ଯ୍ୟାଳୟ ଠାରେ ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରାଯାଇ ତୁରନ୍ତ ସମସ୍ୟାର ସମାଧାନ କରାଯାଇ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଦାବୀ ଉପସ୍ଥାପିତ କରାଯାଇଛି । ଛାତ୍ର ଛାତ୍ରୀମାନଙ୍କ ବୋର୍ଡ ପରୀକ୍ଷା ସମୟ ଏବଂ ପ୍ରଚଣ୍ଡ ରୌଦ୍ର ତାପରେ ସର୍ବ ସାଧାରଣ ସନ୍ତାପିତ, ଏଭଳି ସମୟରେ ଘନ ଘନ ଅଘୋଷିତ ବିଦ୍ୟୁତ କାଟ୍‌ କଟା ଘା’ରେ ଚୂନ ସଦୃଶ ବୋଲି ପୁରୁଖା କଂଗ୍ରେସ ନେତୃବୃନ୍ଦ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଏବଂ ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ରୋଷବ୍ୟକ୍ତ କରିଥିଲେ । ଏହି ଅବସରରେ ବିଜୁଳି ଉପଭୋକ୍ତମାନଙ୍କ ଅନ୍ୟାନ୍ୟ ସମସ୍ୟା ଉପରେ ମଧ୍ୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତୃଟିପୂର୍ଣ୍ଣ ବିଲ ପ୍ରଦାନ ସହିତ ବର୍ତ୍ତିତ ବିଜୁଳି ଦର ଓ ପୂର୍ବର ବକେୟା ଜୋର ଜବରଦସ୍ତ ଆଦାୟ କରାଯାଉଥିବା ସହିତ ଉପଭୋକ୍ତମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଓ ଶୋଷଣ କରାଯାଉଥିବା ବିଷୟକୁ ନେଇ ନେତୃବୃନ୍ଦ କ୍ଷୋଭ ପ୍ରକାଶ କରିଥିଲେ । ରାଜ୍ୟରେ ବଳକା ବିଦ୍ୟୁତ ଉତ୍ପାଦନ ହେଉଥିବା ବେଳେ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ଉନ୍ନତମାନର ବିଦ୍ୟୁତ ସେବା ଯୋଗାଣ ଉପରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ଏହାର ବ୍ୟତିକ୍ରମ ହେଉଥିବାରୁ ଜନ ଅସନ୍ତୋଷ ଦେଖାଦେଉଛି ବୋଲି ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ସାମୁଖ୍ୟ ପକ୍ଷରୁ ବିଜୁଳି ଯୋଗାଣ ସମସ୍ୟାର ତୁରନ୍ତ ସମାଧାନ ଦାବୀରେ ଏକ ୭ ଦଫା ସମ୍ମଳିତ ସ୍ମାରକ ପତ୍ର ବିଭାଗୀୟ ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଥିଲା । ପୁରୁଖା କଂଗ୍ରେସ ନେତୃବୃନ୍ଦଙ୍କ ସାମୁଖ୍ୟ ପକ୍ଷରୁ ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ନଗର ସଭାପତି ଅଶୋକ ତ୍ରିପାଠି, ସୁଦାମ ସାହୁ, ପୂର୍ବତନ କାଉନସିଲର ନିଥନିଏଲ ଛତ୍ରିଆ, ରଙ୍କଧର ମଲ୍ଲିକ, ପ୍ରବୀଣ କୁମାର ପାଣ୍ଡେ, ବରିଷ୍ଠ କଂଗ୍ରେସ ନେତା ଭୁବନେଶ୍ୱର ସେଠ, ଡାକ୍ତର ପ୍ରଭାତ କୁମାର ଗୁରୁ, ଶୁଶିଲ ବେହେରା, ସମୀର ସାହାଣୀ, ବାଳମୁକୁନ୍ଦ ମାଝି, ଗ୍ଲାଡଷ୍ଟୋନ ତାଣ୍ଡି, ସଂଜୟ କୁମାର ଦୋରା, ନିଶାରକାନ୍ତ ନାଥ, ପୂର୍ବତନ ପିସିସି ସଭ୍ୟ ଅସୀମ ପଟ୍ଟନାୟକ ପ୍ରମୁଖ ବିଦ୍ୟୁତ ବିଭାଗ ଅଧିକାରୀମାନଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ଏବଂ ସମସ୍ୟା ସମୁହର ତୁରନ୍ତ ସମାଧାନ ନ ହେଲେ ଦୁର୍ବାର ଜନ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ ।

Leave A Reply

Your email address will not be published.

seven + 2 =