jsm

ସିମେଣ୍ଟ ନଗରକୁ ଲମ୍ବି ଯାଇଥିବା ରାସ୍ତାକୁ ସହୀଦ ପଦ୍ମଲୋଚନ ମାଝୀଙ୍କ ନାମରେ ନାମିତ

csstore

ବରଗଡ, (ନିରୋଜ କୁମାର ପାଣୀ) : ସବ କଲେକ୍ଟର ବରଗଡ଼ଙ୍କ ପତ୍ର ସଂଖ୍ୟା ୧୨୮/୩୦-୦୪-୨୦୨୨ଙ୍କ ଆଦେଶ କ୍ରମେ ଆଜି ବରଡୋଲ କେନାଲ ଛକରୁ ସିମେଣ୍ଟ ନଗରକୁ ଲମ୍ବି ଯାଇଥିବା ରାସ୍ତାକୁ ସହୀଦ ପଦ୍ମଲୋଚନ ମାଝୀଙ୍କ ନାମରେ ନାମିତ କରାଗଲା । ଏହି ଅବସରରେ ଶହୀଦ ପରିବାରରୁ ପଦ୍ମଲୋଚନଙ୍କ ମାତା ଶର୍ମିଳା ମାଝୀ, ଭଉଣୀ ଅମିତା ମାଝୀ ଏବଂ ସାନ ଭାଇ ରାଜେନ୍ଦ୍ର କୁମାର ମାଝୀ ପ୍ରମୁଖଙ୍କ ସହିତ ବରଡୋଲ ସରପଞ୍ଚ ଦୀପାଞ୍ଜଳି କୁମ୍ଭାର, ବରଡୋଲ ପଞ୍ଚାୟତ ପିଇଓ ହିମାଂଶୁ ଭୂଷଣ ହୋତା ସମେତ ଗ୍ରାମର ଭଦ୍ର ବ୍ୟକ୍ତି ଉପସ୍ଥିତ ଥିଲେ । ତେବେ ଶହୀଦଙ୍କ ନାମରେ ଗ୍ରାମ ପଞ୍ଚାୟତର ଏକ ପ୍ରମୁଖ ରାସ୍ତାକୁ ନାମକରଣ କରିଥିବାରୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି ।

yuvodaya
Leave A Reply

Your email address will not be published.