pakka

ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କ ଦ୍ୱାରା ପୋଖରୀପୁଟ ଡିଏଭିର ୩୧ତମ ଫାଉଣ୍ଡେସନ ଡେ’ ଉଦ୍‌ଘାଟିତ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପୋଖରୀପୁଟ ଡିଏଭିର ୩୧ତମ ଫାଉଣ୍ଡେସନ ଡେ’କୁ ଗତକାଲି ଉଦ୍‌ଘାଟନ କରିଛନ୍ତି । ଏହି ଅବସରେ ରାଜ୍ୟପାଳ କହିଥିଲେ ଯେ କୌଣସି ବିଷୟରେ ଚିନ୍ତା କର ନାହିଁ, କେବଳ ପ୍ରେମର ସହ ପ୍ରକୃତିକୁ ଭଲ ପାଅ । ଏହି କାର୍ୟ୍ୟକ୍ରମରେ ସ୍କୁଲ ପ୍ରିନ୍ସପାଲ ଡ. ସୁଜାତା ରାଜ୍ୟପାଳ ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରିଥିଲେ । ଓଡିଶାର ଡିଏଭି ଅନୁଷ୍ଠାନର ଆଞ୍ଚଳିକ ଅଧିକାରୀ ଡକ୍ଟର କେ.ସି ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଷ୍ଟାର ଆଚିଭରମାନଙ୍କୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ରାଜ୍ୟପାଳଙ୍କ ଦ୍ୱାରା ବିଦ୍ୟାଳୟ ମୁଖପତ୍ର ‘ପ୍ରେରଣା’ ଉନ୍ମୋଚନ କରାଯାଇଥିଲା । ଏଥିରେ ଡିଏଭି କଳିଙ୍ଗ ନଗର ଅଧ୍ୟକ୍ଷ ମଦନ ମୋହନ ପଣ୍ଡା, ସ୍କୁଲ ମ୍ୟାନେଜର ଡ.ଭାଗ୍ୟବତୀ ନାୟକ, ବହୁ ବିଦ୍ୟାଳୟର ପ୍ରିନ୍ସପାଲ ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସ୍କୁଲର ଗତ ୩୦ ବର୍ଷ ଗୌରବମୟ ସଫଳତାକୁ ଏହି ଉତ୍ସବରେ ଦର୍ଶାଯାଇଥିଲା । ଏହି ଅବସରରେ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

three − 2 =