csstore

ଖଣ୍ଡହଥାରେ ୨୦୧ ୟୁନିଟ୍ ରକ୍ତ ସଂଗ୍ରହ

ବରଗଡ଼, (ନିରୋଜ କୁମାର ପାଣୀ) : କରୋନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଦେବେଶ ଆଚାର୍ୟଙ୍କ ତତ୍ବାବଧାନରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ ଖଣ୍ଡହଥା ଗ୍ରାପ.ର ନୂଆଁଗଡ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।

ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁରୀ ବସ୍ତ୍ରାଳୟର ପୁର୍ବତନ ସଭାପତି ସମ୍ବିତ ଆଚାର୍ଯ୍ୟ ଏବଂ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ସୈନିକ ପ୍ରଦୀପ ସାହୁ, ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦାବନ ସାହୁ, ଯୁବ ସଂଗଠକ ଉମେଶ ଚନ୍ଦ୍ର ପଣ୍ଡା, ସଂସ୍କୃତ ଶିକ୍ଷକ ଗୋପବନ୍ଧୁ ପୁରୋହିତ, ଜୀବନ ବିନ୍ଦୁ ଜିଲ୍ଲା ସହ ସଂଯୋଜକ ଅଶ୍ବିନୀ ତ୍ରିପାଠୀ, କ୍ଷୀରୋଦ୍ର ସାହୁ ପୁର୍ବତନ ସରପଞ୍ଚ ଫିତାକାଟି ଶିବିରକୁ ଉଦ୍ଘାଟନ କରିଥିଲେ ।

ବୁର୍ଲା ରକ୍ତ ଭଣ୍ଡାର ଦ୍ବାରା ସର୍ବମୋଟ ୨୦୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି ଅବସରରେ ଅବସରପ୍ରାପ୍ତ ସୈନିକ ଏବଂ ଶିକ୍ଷକ ଉଭୟଙ୍କୁ ଗ୍ରାମ ପଞ୍ଚାୟତ ଓ ଓଡିଶା ମୋ ପରିବାର ତରଫରୁ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା । ତ୍ରିମଲ ସାହୁ, ଲେକୃ ପ୍ରଧାନ, ଲୋକନାଥ ସାହୁ, ରକ୍ଷପାଲ ସାହୁ, ଗଣେଶ ଭୋଇ, ମନୋରଞ୍ଜନ ଭୁଏ, ଦୁର୍ଗା ଭୁଏ ପ୍ରମୁଖ ଶିବିର ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.