ଅଦ୍ୱୈତ ପ୍ରସାଦ ବିଶ୍ୱାଳଙ୍କ ପ୍ରଥମ ସ୍ମୃତିଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ବରିଷ୍ଠ ସାମ୍ବାଦିକ, ଲେଖକ, ସ୍ତମ୍ଭକାର ତଥା ସଂଗଠକ ଅଦ୍ୱୈତ ପ୍ରସାଦ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ସେକ୍ଟର ୫ସ୍ଥିତ କଲଚରାଲ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ସଭାପତି ଡଃ ପ୍ରଭାତ କୁମାର ମଲ୍ଲିକଙ୍କ ପୌରହିତ୍ୟରେ ଆୟୋଜିତ ଏହି ସ୍ମୃତି ସଭାରେ ଆଦର୍ଶ ପାଠାଗାରର ସଭାପତି ଇଂ ଅଭୟ କୁମାର ଦାସ, ଶ୍ରମିକ ନେତା ବିଷ୍ଣୁ ମହାନ୍ତି, ଡାକ୍ତର କୃପାସିନ୍ଧୁ ନାୟକ, ସ୍ତମ୍ଭକାର ଭୁପେନ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ବିଶ୍ବାଳଙ୍କ ସଂଘର୍ଷମୟ ଜୀବନୀ ଓ ସାଂଗଠନିକ ଦକ୍ଷତା ସଂପର୍କରେ ସ୍ମୃତି ଚାରଣ କରିଥିଲେ । ଏକାଡେମୀର ସଂପାଦକ ଅକ୍ଷୟ ସାମଲଙ୍କ ସଂଯୋଜନାରେ ସର୍ବଶ୍ରୀ ସତ୍ୟାନନ୍ଦ ବେହେରା, ଅମୂଲ୍ୟ ଚରଣ ବରାଳ, କୁଞ୍ଜବିହାରୀ ରାଉତ, ନିରଞ୍ଜନ ଦାସ, ପି. ପି.ରାୟ, ରମେଶ ବଳ, ବିମଳ ବିଶି, ହରିହର ରାଉତରାୟ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଡଃ ସୁମନ ଦତ୍ତ, ମିହିର ରାୟ, ଶୈଳେନ୍ଦ୍ର ମହାନ୍ତି, ଅଙ୍ଗୁରବାଳା ପରିଡା, ମୀନକେତନ ପଶାୟତ, ଅନିଲ ମଲ୍ଲିକ ପ୍ରମୁଖ ସ୍ମୃତି ଚାରଣ କରି ତାଙ୍କୁ ଝଡର ଇଗଲ, ନିର୍ଭୀକ ବ୍ୟକ୍ତିତ୍ବ, ସମର୍ପିତ ସାମ୍ବାଦିକ, ଭାଷା ସ୍ବାଭିମାନୀ, ସାହିତ୍ୟିକ, ରାଉରକେଲା ପୁସ୍ତକମେଳା ଓ ଲୋକନାଟକ ମହୋତ୍ସବର ଅଗ୍ରଣୀ କର୍ଣ୍ଣଧାର, ସଂଗ୍ରାମୀ ପୁରୁଷ, ସାଲିସ୍ ବିହୀନ ଯୋଦ୍ଧା ଓ ଦୃଢ ସଂଗଠକ ଭାବେ ଅଭିହିତ କରି ସେ ଚଳାଇଥିବା ତାଳଚେର ବିମଳାଗଡ ରେଳପଥ ପାଇଁ ସଂଗ୍ରାମ, ଆଦର୍ଶ ପାଠାଗାରର ସଭାପତି ଭାବେ ଛାଡିଯାଇଥିବା ଅଧୁରା କାମକୁ ପୂରଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ପ୍ରତ୍ୟେକ ପୁସ୍ତକମେଳାରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଜଣେ ସାମ୍ବାଦିକ ଓ ଜଣେ ସାହିତ୍ୟିକଙ୍କୁ ସମ୍ମାନିତ କରିବା ପାଇଁ ପ୍ରସ୍ତାବ ଆସିଥିଲା । କବି କୁଞ୍ଜବିହାରୀ ରାଉତ କବିତା ମାଧ୍ୟମରେ ସ୍ବର୍ଗତ ବିଶ୍ବାଳଙ୍କୁ ସ୍ମୃତି ଅର୍ଘ୍ୟ ବାଢିଥିଲେ । ଏହି ଅବସରରେ ସହରର ବିଭିନ୍ନ ଅନୁଷ୍ଠାନ ଯଥା କଲଚରାଲ ଏକାଡେମୀ, ଆଦର୍ଶ ପାଠାଗାର, ରାଉରକେଲା ବିକାଶ ମଂଚ, ରାଉରକେଲା ଡେଭଲପମେଣ୍ଟ ପ୍ରଣ୍ଟ, ଜର୍ଣ୍ଣାଲିଷ୍ଟ ଆସୋସିଏସନ୍, ଓଜେୟୁ, ପ୍ରେସ କ୍ଲବ, ସଚେତନ ନାଗରିକ ମଞ୍ଚ, ହମିରପୁର ଉନ୍ନୟନ ପରିଷଦ, ସୁନ୍ଦରଗଡ ଲେଖକ ସାମୁଖ୍ୟ, ତାଳଚେର ବିମଳାଗଡ ରେଳପଥ ସଂଗ୍ରାମ ସମିତି, ରେଳ ସଡକ ଉପଯୋଗକାରୀ ସଂଘ, ଖଣ୍ଡାୟତ କ୍ଷତ୍ରିୟ ମହାସଭା, ଉତ୍କଳ ସମ୍ମିଳନୀ, ସିଟୁ, ରାଉରକେଲା ବାର୍ ଆସୋସିଏସନ୍, ରଶ୍ମିପ୍ରଭା, ଧାମରା ସଂଘ
ତଥା ସହରର ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ସାହିତ୍ୟିକ, ଲେଖକ, ସାମ୍ବାଦିକ ମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ରାଧାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ରୋଜାଲିନ୍ ବିଶ୍ବାଳ, ସିଦ୍ଧାର୍ଥ ବିଶ୍ବାଳ, ଅଜୟ କୁମାର ପଣ୍ଡା, ମୋନାଲିସା ଜେନା, ବିଦୁଶି ପଣ୍ଡା, ସ୍ବସ୍ତିକ ବିଶ୍ବାଳ, ଉଦୟଭାନୁ ବିଶ୍ବାଳ, ଅଚ୍ୟୁତାନନ୍ଦ ବିଶ୍ବାଳ, ଶାନ୍ତିଲତା ବିଶ୍ବାଳ, ବିଶ୍ବଜିତ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.