oom

ବଲାଙ୍ଗିର ଜିଲ୍ଲାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନର ସମ୍ମିଳନୀ କକ୍ଷଠାରେ ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ. ସନ୍ତୋଷ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଶ୍ୱ ପ୍ରାଣୀଚିକିତ୍ସା ଦିବସ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ସମ୍ମାନୀତ ଅତିଥିଭାବେ ବିକେଏନ୍‌ ଦୁଗ୍ଧ ସମବାୟ ସଂଘ ସାଧାରଣ ପରିଚାଳକ ଡ.ସରୋଜ କୁମାର ସାହୁ ଏବଂ ମୁଖ୍ୟବକ୍ତା ରୂପେ ପାଟଣାଗଡ଼ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡ.ଗଣେଶଚନ୍ଦ୍ର ଜେନା ମଂଚାସୀନ ହୋଇଥିଲେ । ଏହି ଅବସରରେ ଜିଲ୍ଲା ଅଗ୍ରଣୀ ଦୁଗ୍ଧ ଚାଷୀ, ମେଣ୍ଡା ଚାଷୀ, ଛେଳି ଛାଷୀ, ଘୁଷୁରୀ ଚାଷୀ, ମାଂସଳ କୁକୁଡ଼ା ଚାଷୀ ଏବଂ ଅଣ୍ଡା ଦିଆ କୁକୁଡ଼ା ଚାଷୀ ମାନଙ୍କୁ ସମ୍ମାନୀତ ଏବଂ ପୁରସ୍କୃତ କରାଯାଇଥିଲା । ତତ୍‌ ସହିତ ଏହି କାର୍ଯ୍ୟକ୍ରମରେ ସଫଳ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ ଯିଏକି ବ୍ରଏଲର ଏବଂ ଅଣ୍ଡା ଦିଆ କୁକୁଡ଼ା ପାଳନ କରୁଛନ୍ତି, ସେମାନଙ୍କୁ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ବଲାଙ୍ଗିିର ଜିଲ୍ଲାରେ କାର୍ଯ୍ୟରତ ଏବଂ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ସୁବ୍ରତ କୁମାର ରଥ, ଅତିରିକ୍ତ ସହକାରୀ ପ୍ରାଣୀଚିକିତ୍ସକ ଡ. ପଲ୍ଲବୀ ପ୍ରିୟଦର୍ଶିନୀ, ଅତିରିକ୍ତ ସହକାରୀ ପ୍ରାଣୀଚିକିତ୍ସକ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା(ସେବା) ଡ. ସଂଗ୍ରାମ ସିଂ ନାୟକ, ଅତିରିକ୍ତ ସହକାରୀ ପ୍ରାଣୀ ଚିକିତ୍ସକ ସେବା ପାଇଁ ଡ. ଦେବସ୍ମିତା ଦେବତା ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା । ଅନୁଷ୍ଠିତ ସଭାରେ ବୁଦ୍ଧିଜୀବୀ, ଅଗ୍ରଣୀଚାଷୀ ଏବଂ ପ୍ରାଣୀ ଚିକିତ୍ସକମାନେ ପ୍ରାଣୀଚିକିତ୍ସା ସେବାର ବିଭିନ୍ନଦିଗ ଉପରେ ଆଲୋଚନା କରିଥିଲେ । ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡ. ପ୍ରସନ୍ନ କୁମାର ସାମଲ ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.