ଭୋଜି ଭାତ ଖାଇ ୧୦୦ରୁ ଅଧିକ ଅସୁସ୍ଥ

ନୂଆପଡା, (ନିରାକାର ମେହେର) : ଆଜି ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲିଟିସର୍ଗି ଗ୍ରାମରେ ଭୋଜି ଭାତ ଖାଇ ୧୦୦ରୁ ଅଧିକ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ସୂଚନା ଅନୁସାରେ ଏହି ଗ୍ରାମର ପରମେଶ୍ବର ବାଗ ତାଙ୍କ ଝିଅର କୁମାରୀ ବ୍ରତ ଅନୁଷ୍ଠିତ କରିଥିଲେ ତା ସାଂଗକୁ ତାଙ୍କର ବଂଧୁ ବାନ୍ଧବ ପରିଜନଙ୍କୁ ଡାକିଥିଲେ ଓ ଭୋଜିର ଆୟୋଜନ କରିଥିଲେ । ସେହି ଭୋଜି ଭାତ ଖାଇ ପ୍ରଥମେ ବାନ୍ତି ପରେ ଝାଡା ହୋଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡିଥିଲେ । ଗୁରୁତର ଅବସ୍ଥାରେ ବୋଡେନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା ।ଏବେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଛି । ଖବର ହସ୍ତଗତ ହେବା ବେଳକୁ ପରିସ୍ଥିତି ନିୟନ୍ତ୍ରଣାଧିନ ଥିଲା । ପ୍ରବଳ ଗ୍ରୀଷ୍ମ ଲହରୀ ସାଂଗକୁ ଶରୀରରେ କମ ଜଳିୟ ଅଂଶରୁ ଭୋଜି ଭାତ ଖାଇ ଲୋକ ମାନେ ଏଭଳି ଅସୁସ୍ଥ ହୋଇପଡିଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!