ଯୌତୁକ ଜନିତ ହତ୍ୟା ଅଭିଯୋଗ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ନବ ବିବାହିତା ମହିଳାଙ୍କୁ ଅଧିକ ଯୌତୁକ ଦାବୀରେ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ନେଇ ଝିଅର ବାପା ବରଗଡ଼ ଟାଉନ ଥାନାରେ ଗତକାଲି ଅଭିଯୋଗ କରିଛନ୍ତି । ବରଗଡ଼ ଟାଉନ ଓ୍ବାର୍ଡ ନମ୍ବର ୪ ତଲିପଡା ଖର୍ରାପଡାର ଅନ୍ତର୍ଯ୍ୟାମୀ ସାହୁଙ୍କ ଝିଅ ନନ୍ଦିନୀ ସାହୁଙ୍କ ଗତବର୍ଷ ଏପ୍ରିଲ ୩୧ ତାରିଖ ଦିନ ଭଟଲି ବ୍ଲକ ଅନ୍ତର୍ଗତ ଜାମପାଲି ଗ୍ରାମର ପାଉଲ ପାତ୍ରଙ୍କ ପୁଅ ମନୋରଞ୍ଜନ ପାତ୍ରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ ଝିଅକୁ ସମସ୍ତ ପ୍ରକାର ଆସବାବପତ୍ର ସହ ଜିନିଷ ପତ୍ର ଦିଆଯାଇଥିଲା । ତେବେ ସେଠାରେ ନନ୍ଦିନୀକୁ ବାପାଙ୍କ ଘରୁ ଆଉ ଅଧିକ ଯୌତୁକ ଆଣିବାକୁ ସ୍ବାମୀ ଓ ଘର ଲୋକେ ଅତ୍ୟାଚାର କରୁଥିଲେ ବୋଲି ଅନ୍ତର୍ୟ୍ୟାମୀ ଅଭିଯୋଗ କରିଛନ୍ତି । ଗତକାଲି ଅପରାହ୍ନରେ ତାଙ୍କ ଶ୍ବଶୁର ଘର ଲୋକେ ତୁମ ଝିଅ ସିରିୟସ ଅଛି ବୋଲି ଖବର ଦେଇଥିଲେ । ବରଗଡ଼ ମୁଖ୍ୟ ଡାକ୍ତରଖାନାରକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୋର ଝିଅକୁ ଶ୍ବଶୁର ଘର ଲୋକମାନେ ହତ୍ୟା କରିଛନ୍ତି ବୋଲି ଅନ୍ତର୍ୟ୍ୟାମୀ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏକ କେସ୍‌ ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.

error: Content is protected !!