csstore

ଜିଲ୍ଲାପାଳଙ୍କ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ପରିଦର୍ଶନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁବାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ପରିଦର୍ଶନ କରିଥିବା ଜଣାପଡ଼ିଛି । ବିଭିନ୍ନ ପ୍ରକଳ୍ପ ଗୁଡିକ ବୁଲି ଦେଖିବା ସହ ଉନ୍ନୟନମୂଳକ କାର୍ଯ୍ୟ ଶୈଳୀ ଦେଖି ବିଡ଼ିଓ ଓ ମନ୍ଦିର ପରିଚାଳନା କମିଟିର ଉଚ୍ଚ ପ୍ରଶଂସା କରିଛନ୍ତି । ପ୍ରାକୃତିକ ପରିବେଶ ଘେରରେ ରହିଥିବା ଏହି ଶୈବପୀଠକୁ ଆହୁରି କିପରି ଉନ୍ନତ କରାଯାଇ ଆକର୍ଷଣୀୟ କରାଯାଇ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ତତ୍‌ ସହିତ ସମୁଦ୍ର ବେଳାଭୂମି ବୁଲିବା ସହ ଏଠାକାର ପରିବେଶ କିପରି ସ୍ଵଛତା ରହିବ ସେ ସମ୍ପର୍କରେ ଜନ ସଚେତନତା କିପରି କରାଯାଇପାରିବ ଏବଂ ପ୍ଲାଷ୍ଟିକ ବୋତଲ, ଖାଲି ଖାଦ୍ୟପୁଡ଼ିଆ ଗୁଡିକୁ କିପରି ହଟା ଯାଇପାରିବ ସେ ସମ୍ପର୍କରେ ମନ୍ଦିର ପରିଚାଳନା କମିଟିକୁ ନିର୍ଦ୍ଧେଶ ଦେଇଥିଲେ । ଏହି ସମୟରେ ଗଞ୍ଜାମ ବ୍ଲକ ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ, ପିଇଓ ଦିଲିପ ନାୟକ, ସମାଜସେବୀ ଶିବାଜୀ ସ୍ବାଇଁ, ସଞ୍ଜୟ ତରାଇ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ । ସେହିପରି ଗଞ୍ଜାମ ସହର ଐତିହାସିକ ପୋତାଗଡ଼ ଦୁର୍ଗ ପରିଦର୍ଶନ କରି ତାର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଥିଲେ ।

jayashree
Leave A Reply

Your email address will not be published.