oom

ରମ୍ଭା ଶ୍ରୀଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟରେ ଆଲୋଚନାଚକ୍ର

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଶ୍ରୀଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ ସଭାଗୃହ ପରିସରରେ ଅଧ୍ୟକ୍ଷ ଅଭିମନ୍ୟୁ ସାହୁଙ୍କ ସଭାପତିତ୍ୱରେ ଶିକ୍ଷା ବିଭାଗର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସୁଚି ପ୍ରକାରେ ପ୍ରଦୀପ ପ୍ରଜ୍ୱଳନ, ସ୍ୱାଗତ ଓ ଅତିଥି ପରିଚୟ, ଯୁକ୍ତ ୩ ଶେଷବର୍ଷ ଛାତ୍ରୀ ମୌସୁମୀ ରଣା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଏଥିସହ ମଞ୍ଚାସୀନ ଅତିଥିମାନଙ୍କୁ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମଞ୍ଚାସୀନ ସମାଜସେବୀ ସୁବାଷ ଚନ୍ଦ୍ର ପଣ୍ଡା (ମୁଖ୍ୟଅତିଥି), ବେଲେଶ୍ୱର ଡିଗ୍ରୀ ମହାବିଦ୍ୟାଳୟ ଗଣ୍ଡଳା ଶିକ୍ଷା ବିଭାଗର ଅଧ୍ୟାପକ ଗଣେଶ ସାହୁ (ମୁଖ୍ୟ ବକ୍ତା), ଯୁକ୍ତ ୨ କନିଷ୍ଟ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରସାଦ ରାଓ ପୃଷ୍ଟି (ସମ୍ମାନୀତ ଅତିଥି) ଶିକ୍ଷା ବିଭାଗ ଅଧ୍ୟାପିକା ଗୌରୀ ବଳବନ୍ତରାୟ ପ୍ରମୁଖ ମଞ୍ଚାସୀନ ହୋଇ ରାଜ୍ୟ ସରକାରଙ୍କର ଶିକ୍ଷା ବିଭାଗର ଆଲୋଚନା ଚକ୍ରରେ କେତେଗୋଟି ଟିପ୍ପଣୀ ପ୍ରଦାନ କରିଥିଲେ । ଏଥିସହ ଆଲୋଚନା ଚକ୍ରରେ ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ର ଚିନ୍ନମୟ କୁମାର ନାହାକ ଓ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ ଦୀପାଞ୍ଜଳି ନାହାକ ଯୁଗ୍ମ ଭାବେ “ସର୍ବଶିକ୍ଷା ଅଭିଯାନ” ଶୀର୍ଷକ ନିବନ୍ଧ ପ୍ରସ୍ତୁତି ଓ ଉପସ୍ଥାପନ ରଖିଥିବା ବେଳେ ଆଲୋଚନାଚକ୍ରରେ ଛାତ୍ରୀ ବର୍ଷା ରାଣୀ ମଙ୍ଗଳ, ମୌସୁମୀ ରଣା, ଆକାଶ ରଣା, ସୁଧୀର କୁମାର ମହାପାତ୍ର ବିଭିନ୍ନ ପ୍ରଶ୍ନ୍ ଉତ୍‌ଥାପନ କରିଥିବା ବେଳେ ସାଧନ ବ୍ୟକ୍ତିତ୍ୱ ଅଧ୍ୟାପକ ଗଣେଶ ସାହୁ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଜଟିଳ ପ୍ରଶ୍ନକୁ ଅତି ସରଳ ଭାବେ ସର୍ବଶିକ୍ଷା ଅଭିଯାନର ସମସ୍ତ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସହ ମୌଳିକ ଶିକ୍ଷା, ଶିକ୍ଷା ଅଧିକାର ପ୍ରସଙ୍ଗର ଅବତରଣା କରିବା ସହିତ ପ୍ରସ୍ତୁତ ନିବନ୍ଧର ପ୍ରଶଂସା କରିଥିଲେ । ଶେଷରେ ଶେଷ ବର୍ଷ ଛାତ୍ରୀ ମୌସୁମୀ ରଣା ଧନ୍ୟବାଦ ଦେଇଥିବା ବେଳେ ଅନ୍ତିମ ସଂଗୀତ ଗାନ କରିଥିଲେ ପୂଜା କୁମାରୀ ସାହୁ, ଶୁଭ୍ରାଙ୍କିତା ନାହାକ, ରୋଜି ସାହୁ, ଜେ ରୀନା ପାତ୍ର, ମନିକା ସାହୁ, ଦେବପ୍ରିୟ ନାହାକ । କାର୍ଯ୍ୟକ୍ରମ ପରିଚାଳନାରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.