ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

  • ଅଭିନବ ପନ୍ଥା ଅନୁସରଣ କରି ମ୍ୟାଲେରିଆର ପ୍ରକୋପ କମାଇବା ଓ ମୂଲ୍ୟବାନ ଜୀବନ ରକ୍ଷା କରିବା ଆମ ସମସ୍ତଙ୍କ ଲକ୍ଷ୍ୟ ହେଉ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର ତରଫରୁ ଜିଲ୍ଲା ଚିକିତ୍ସାଳୟ ସଭାକକ୍ଷଠାରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା.ବିଶ୍ୱ ରଞ୍ଜନ ପତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଅଦ୍ୟ ସଭାରେ ଡା. ରମେଶ ଚନ୍ଦ୍ର ସ୍ୱାଇଁ-ଡିପିଏଚ୍‌ଓ, ଡା ମଞ୍ଜୁରାଣୀ ସିଂ -ଏଡିପିଏଚ୍‌ଓ, ଏଫ୍‌ଡବ୍ଲୁ/ଭିବିଡି, ଡ଼ା ପଦ୍ମହଂସା ଡୋରା- ଏଡିପିଏଚ୍‌ଓ, ଟିବି/ଲେପ୍ରା, ଡା ତ୍ରିବିକ୍ରମ୍ ପାଣ୍ଡିଆ -ସ୍ୱାସ୍ଥ୍ୟ ଅଧିକାରୀ, ମେଣ୍ଟାଲ ହେଲଥ, ବିଶ୍ୱମ୍ବର ବେହେରା-ଡିପିଏମ୍‌, ଅଶ୍ୱିନୀ କୁମାର ଭୋଇ, ସୁବର୍ଣ୍ଣପୁର ଡିଆଇପିଆର୍‌ଓ ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏପିଡେ ମିଲୋଜିଷ୍ଟ, ଡ଼ା ମାଝୀ, ଭି ବି ଡି ପରାମର୍ଶଦାତା -ଚନ୍ଦ୍ରଶେଖର୍ ମିଶ୍ର, ସରୋଜ୍ କୁମର୍ ପଣ୍ଡା -ଡିଏଏମ୍‌ ପ୍ରୋଗ୍ରାମ ମ୍ୟାନେଜେର, ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ ।

ସଭାରେ ଅତିଥିମାନେ ଜିଲ୍ଲାରେ ମ୍ୟାଲେରିଆ ପାଦ୍ରୁଭାବ କମୁଥିବାରୁ ଖିସି ବ୍ୟକ୍ତ କରିଥିଲେ ଓ ମାତ୍ର ଆମକୁ ଆହୁରି ଏକାଗ୍ରତାର ସହିତ ପରିଶ୍ରମ କରିବାକୁ ପଡିବ ଯେମିତି ଏହା ପୁଣିଥରେ ଭୟଙ୍କର ପରିସ୍ଥିତି ସୃଷ୍ଟି ନ କରିବ ଓ ସମସ୍ତେ ଅଭିନବ ଉପାୟ ଅବଲମ୍ବନ ପୂର୍ବକ ମ୍ୟାଲେରିଆ ଦମନ ଉପରେ ଗୁରୁତ୍ୱାରୋପ କରିଥିଲେ । ଭିବିଡି ପରାମର୍ଶଦାତା ଶ୍ରୀ ମିଶ୍ର ପ୍ରୋଜେକ୍ଟର ମାଧ୍ୟମରେ ମ୍ୟାଲେରିଆର ସ୍ଥିତି ଉପରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ । ଦିବସର ଉଦେଶ୍ୟ ଉପରେ ଗୁରୁତ୍ଵାରୋପ କରି ବ୍ୟକ୍ତି ଠାରୁ ଆରମ୍ଭ କରି ସାରା ଭାରତକୁ କିପରି ମ୍ୟାଲେରିଆ ମୁକ୍ତ କରାଯାଇ ପାରିବ ତଥା ବ୍ୟକ୍ତି ବିଶେଷ ନିଜେ ନିଜର ସୁରକ୍ଷା ତଥା ନିଜର ପରିବେଶକୁ ସ୍ୱଚ୍ଛ ରଖିବା ନିମନ୍ତେ ଯତ୍ନବାନ ହେବେ ଓ ଏକ ମ୍ୟାଲେରିଆ ମୁକ୍ତ ଭାରତ କରିପାରିବା ସେ ଉପରେ ପ୍ରତ୍ୟେକ ସ୍ତରରେ ବ୍ୟାପକ ଜନସଚେତନତା ସୃଷ୍ଟି ଉପରେ ମତବ୍ୟକ୍ତ କରିଥିଲେ । ଆଜି ସଭାର ସଭାପତି ତଥା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ପତି ମ୍ୟାଲେରିଆର ଦମନ ଉପରେ ଜନ ସଚେତନତା ନିମନ୍ତେ ଏକ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା । ସଭା କାର୍ଯ୍ୟରେ ଅଶ୍ୱିନୀ ଦୀପ ଓ ଅର୍ଜୁନ ପ୍ରମୁଖ ସହଯୋଗ କରିଥିବା ବେଳେ ଅନୁଷ୍ଠିତ ସଭାକାର୍ଯ୍ୟକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଅକ୍ରୁର କୁମାର ହୋତା ପରିଚାଳନା କରିଥିଲେ ଓ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.