ବରଗଡ଼ ହଲଦିପାଲି ଛକରେ ମର୍ମଦୁନ୍ତ ସଡକ ଦୁର୍ଘଟଣା, ଜଣେ ମୃତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ହଲଦିପାଲି ଛକରେ ଆଜି ଭୋର ୪.୩୦ସମୟରେ ଏକ କାର୍‌ ଓ ବସ୍‌ ମଧ୍ୟରେ ମୁହାଁମୁହିଁ ଧକା ହୋଇଥିବା ବେଳେ ଘଟଣା ସ୍ଥଳରେ ଜଣେ ମୃତବରଣ କରିଥିବା ସୂଚନା ମିଳିଛି । ଦୁର୍ଘଟଣାରେ ତିନି ଜଣ ଆହତ ବ୍ୟକ୍ତିଙ୍କୁ ୧୦୮ ଅମ୍ବୁଲାନ୍ସ ସାହାଯ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ତାଙ୍କ ମଧ୍ୟରୁ ଦୁଇଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ବିଭାଗୀୟ ଡାକ୍ତର ତାଙ୍କୁ ଭୀମସାର ବୁର୍ଲକୁ ସ୍ଥାନାନ୍ତର କରିଥିଲେ । ତେବେ ମୃତ ବ୍ୟକ୍ତି ଜଣକ ହେଲେ ବରଗଡ଼ ୱାର୍ଡ ନମ୍ବର ୧୩ର ଭକ୍ତ ଗୁର୍ଲ୍ଲା (୨୮) । ଆହତ ବ୍ୟକ୍ତି ମାନେ ହେଲେ ବରଗଡ଼ ୱାର୍ଡ ନମ୍ବର ୮ର ଲଳିତ ସୁନା(୧୮), ୱାର୍ଡ ନମ୍ବର ୭ର ନୀତିନି ଦାସ(୩୧) ଓ ଶୁଭମ ସାହୁ(୨୫) । ତାଙ୍କ ମଧ୍ୟରୁ ନିତିନ ଓ ଶୁଭମଙ୍କୁ ଭୀମସାର ବୁର୍ଲାକୁ ରେଫର କରାଯାଇଥିବା ବେଳେ ଲଳିତ ସୁନା ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.