ପେସାରେ ଡାକ୍ତର, ଅଥଚ ଅଭିନୟ ତାଙ୍କ ନିଶା : ମହିରାବଣ ଭୂମିକାରେ ଡା.ସୁଧାଂଶୁ ମେହେର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ଶ୍ରୀରାମ ଲୀଳାରେ ଗାଁର ଡା. ସୁଧାଂଶୁ ମେହେର ମହିରାବଣ ଭୂମିକାରେ ଅଭିନୟ କରିଥିଲେ । ସେ ପେସାରେ ଜଣେ ଡାକ୍ତର । ଏହାସହ ଶିକ୍ଷା ନିକେତନର ଅଧ୍ୟକ୍ଷ ତଥା ଦେଓଗାଁ ବ୍ଲକ୍ ସମ୍ବାଦ ସାହିତ୍ୟ ଘରର ସଭାପତି ଭାବେ କାର୍ୟ୍ୟ ତୁଲାଇ ଆସୁଥିବା ବେଳେ ତାଙ୍କର କଳା, ସାହିତ୍ୟ, ଅଭିନୟ ପ୍ରତି ବେଶ୍‌ ରୁଚି ରହିଛି । ସେ ଦିନ ବେଳା ରୋଗୀ ଚିକିତ୍ସା କରିବା ସହ ଶିକ୍ଷା ନିକେତନ ଅନୁଷ୍ଠାନ ସମ୍ଭାଲୁଥିବା ବେଳେ ରାତିରେ ଗାଁ ଶ୍ରୀରାମ ଲୀଳା ନାଟକରେ ମହିରାବଣ ଭାବେ ଅଭିନୟ କରିଥିଲେ । ତାଙ୍କର ଏହି ଅଭିନୟ ପରେ ତାଙ୍କର ଭିନ୍ନ ପେସା ଓ ନିଶା ଯୋଗୁଁ ସ୍ଥାନୀୟ ଲୋକେ ତାଙ୍କୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.