ଜାମ୍ମୁରେ ପିଏମ୍‌ ମୋଦୀଙ୍କ ସଭାସ୍ଥଳୀ ଠାରୁ ୧୨ କିଲୋମିଟର ଦୂରରେ ବିସ୍ଫୋରଣ

ଶ୍ରୀନଗର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁ କାଶ୍ମୀର ଗସ୍ତରେ ଆସୁଛନ୍ତି । ୨୦୧୯ରେ ଧାରା ୩୭୦ ରଦ୍ଦ ହେବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ । ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ସ୍ଥାନ ଠାରୁ ୧୨ କିଲୋମିଟର ଦୂରରେ ବିସ୍ଫୋରଣର ଏକ ଘଟଣା ସାମ୍ନାକୁ ଆସିଛି । ଜାମ୍ମୁ ଜିଲ୍ଲାର ଲାଲିଆନା ଗ୍ରାମରେ ଏହି ବିସ୍ଫୋରଣ ଘଟିଛି । ପୋଲିସ କହିଛି ଯେ, ଏହି ବିସ୍ଫୋରଣ ଆତଙ୍କବାଦୀ ଘଟଣା ନୁହେଁ, ଆମେ ବିସ୍ଫୋରଣ ସହ ଜଡିତ ତଥ୍ୟ ସଂଗ୍ରହ କରୁଛୁ । ସୂଚନା ଅନୁସାରେ ସାମ୍ବା ଜିଲ୍ଲାର ପଲ୍ଲୀରେ ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ସାରା ଦେଶରେ ପଞ୍ଚାୟତକୁ ସମ୍ବୋଧିତ କରିବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ୨୦୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦ୍‌ଘାଟନ କରିବେ ।

Leave A Reply

Your email address will not be published.