oom

ହୁମ୍ମା ଶୁଖୁଆ ହାଟ ପାଇଁ ହୋଲସେଲ ମାର୍କେଟ ହେବ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ନିକଟସ୍ଥ ଶୁଖୁଆ ହାଟ ପଡ଼ିଆରେ ନିର୍ମାଣ ହେବ ଆଧୁନିକ ହୋଲସେଲ ମାର୍କେଟ । ଯାହାକୁ ନେଇ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ହୁମ୍ମା ହାଟ ପରିଦର୍ଶନ କରିବା ସହ ଓଡିଶା ଷ୍ଟେଟ କଂଷ୍ଟ୍ରକକ୍ସନ ନିର୍ବାହୀଯନ୍ତ୍ରୀ ଗୋବର୍ଦ୍ଧନ ଚନ୍ଦ୍ର ସାଠୁଆ, ଭୁବନେଶ୍ୱର ଫିସେରୀ ଇଞ୍ଜିନିୟରିଂ ଡିଭିଜନ ସହକାରୀ ଯନ୍ତ୍ରୀ ଆଲୋକ ପାତ୍ର, ଅତିରିକ୍ତ ମସ୍ୟ ଅଧିକାରୀ ସୁବ୍ରତ ପଟନାୟକ, ସହକାରୀ ମସ୍ୟ ଅଧିକାରୀ ଚନ୍ଦ୍ରମଣି ପ୍ରଧାନ ପ୍ରମୁଖ ଅଧିକାରୀଙ୍କ ସହ ୩ କୋଟି ୮୬ ଲକ୍ଷ ଅର୍ଥ ବ୍ୟୟ ଅଟକଳରେ ଶୁଖୁଆ ହୋଲସେଲ ମାର୍କେଟ ନିର୍ମାଣ ହେବା ନେଇ ରୂପରେଖ ବିଷୟରେ ଆଲୋଚନା କରିଥିଲେ । ଆଗମୀ ଦିନରେ ଉକ୍ତ ହାଟ ପଡିଆ ମଧ୍ୟରେ ପରିବା ମାର୍କେଟ ନିର୍ମାଣ ନେଇ ମଧ୍ୟ ଆଲୋଚନା ହୋଇଥିଲା । ବ୍ୟବସାୟୀ ଓ ଲୋକଙ୍କ ପାଇଁ ହାଟ ମଧ୍ୟରେ ସୁବିଧା କରିବା ପାଇଁ ବିଧାୟକ ଆଗାମୀ ଦିନରେ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି । ୧୫ଟି ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ, ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ସମିତିସଭ୍ୟ ଧ୍ରୁବ ଚରଣ ପାଲାଇ, ଯୁବନେତା ଲିଙ୍ଗରାଜ ପଟନାୟକ, ଶଶୀ ପ୍ରଧାନ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।ସୂଚନା ଥାଉକି ପୂର୍ବରୁ ଶୁଖୁଆ ବ୍ୟବସାୟୀ ମାନେ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ବସି ବ୍ୟବସାୟ କରୁଥିବା ବେଳେ ଆଗମୀ ଦିନରେ ନବ ନିର୍ମିତ ଶୁଖୁଆ ମାର୍କେଟ ବିଲଡିଂ ମଧ୍ୟରେ ବସି ବ୍ୟବସାୟ କରିବେ । ଯାହାକୁ ନେଇ ସେମାନେ ଖୁସିବ୍ୟକ୍ତ କରିଛନ୍ତି ।

jittmm
Leave A Reply

Your email address will not be published.