oom

ଶ୍ରୀ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମ ସୁରକ୍ଷା କୌଶଳ ଶିବିର ଉଦ୍‌ଯାପିତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଶୁକ୍ରବାର ଦିନ ସ୍ଥାନୀୟ ଶ୍ରୀ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୨/୦୪/୨୦୨୨ ତାରିଖ ଠାରୁ ଆରମ୍ଭ ହୋଇଥିବା ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର ଅଧ୍ୟକ୍ଷ ପ୍ରସାଦ ରାଓ ପୃଷ୍ଟିଙ୍କ ସଭାପତିତ୍ବରେ ସଭା ପରିଚାଳିତ ହୋଇଥିଲା । କାର୍ଯ୍ୟକ୍ରମର ନୀତି ନିର୍ଧାରଣ ପ୍ରକାରେ କଳା, ବାଣିଜ୍ୟ ଓ ବିଜ୍ଞାନର ୧୩୯ ଜଣ ଛାତ୍ରୀଙ୍କୁ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରାରମ୍ଭିକ ସଂଗୀତକୁ ସ୍ମୃତି ନାହାକ, ଲକ୍ଷ୍ମୀ ବେହେରା, ଗୀତା ରାଣୀ ଶବର, ସରିତା ସେଠି ଓ ସ୍ୱୟଙ୍ଗୀତା ପ୍ରଧାନ ଗାନ କରିଥିବା ବେଳେ ସଂଯୋଜକ ତଥା ଇଂରାଜୀ ଅଧ୍ୟାପକ ଅମ୍ବିକା ପ୍ରସାଦ ସାମନ୍ତରାୟ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମଞ୍ଚାସୀନ ତଥା ଖଲ୍ଲିକୋଟ ଅତିରିକ୍ତ ତହସିଲଦାର ଜ୍ୟୋତିର୍ମୟ ଦାଶ (ମୁଖ୍ୟ ଅତିଥି), ପ୍ରାଧ୍ୟାପକ ଡ଼ଃ ଗୋବିନ୍ଦ ଚନ୍ଦ୍ର ପଣ୍ଡା(ମୁଖ୍ୟ ବକ୍ତା) ରମ୍ଭା ଥାନା ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା, ଉତ୍କଳ କରାଟେ ସ୍କୁଲ ଭୁବନେଶ୍ୱର ଆତ୍ମ ରକ୍ଷା କୌଶଳ ପ୍ରଶିକ୍ଷିକ ଦୀପକ କୁମାର ସାମନ୍ତରା ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ପ୍ରଶିକ୍ଷିକ ଛାତ୍ରୀ ମାନଙ୍କୁ ଅଭିଭାଷଣ ମାଧ୍ୟମରେ ଆତ୍ମ ସୁରକ୍ଷା ତାଲିମର ଉପକାର, ଅପକାର ଓ ଆବଶ୍ୟକ ସମୟରେ କିପରି ଏହି ଜ୍ଞାନ କୌଶଳକୁ ଠିକ୍‌ ସମୟରେ ସଠିକ ସ୍ଥାନରେ କୌଶଳକୁ କାର୍ଯ୍ୟରେ ପ୍ରୟୋଗ କରିବାଜୁ ଦୃଢ଼କ୍ତି ପ୍ରକାଶ କରିଥିଲେ । ଏଥିସହିତ ଦୀପକ କୁମାର ତାଙ୍କର ବ୍ଲାକ ବେଲ୍ଟ ଟିମ୍‌କୁ ନେଇ କିଛି ଆତ୍ମରକ୍ଷା କୌଶଳ ଛାତ୍ରୀମାନଙ୍କ ଆଗରେ ପ୍ରଦର୍ଶନ କରିଥିଲେ । ତତ୍‌ ସହିତ କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ଫୁଲ ତୋଡ଼ା ସହ ଉପଢୌକନ ପ୍ରଦାନ କରି ଏକ ରିଆକ୍ଟ ପୁସ୍ତିକା ଉନ୍ମୋଚନ ହୋଇଥିଲା । ପ୍ରଶିକ୍ଷିକା ଭାବେ ଭାରତୀ ଗୌଡ଼ ଓ କଲ୍ୟାଣୀ କୁମାରୀ ପଣ୍ଡା ତାଲିମ ପ୍ରଦାନ କରିଥିବା ବେଳେ ଉଦ୍‌ଯାପନୀ ଉତ୍ସବରେ ମଞ୍ଚାସିନ ଅତିଥିମାନେ ସମସ୍ତ ଭାଗ ନେଇଥିବା ଛାତ୍ରୀ ମାନଙ୍କୁ ମାନପତ୍ର ସହ ଉନ୍ମୋଚିତ ରିଆକ୍ଟ ପୁସ୍ତକ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ସହ ସଂଯୋଜିକା ରାଜନୀତି ବିଜ୍ଞାନ ଅଧ୍ୟାପିକା ପ୍ରମିତା ମହାରଣା ଓ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସଂଚାଳନରେ ସହଯୋଗ କରିଥିଲେ । ଶେଷରେ ପ୍ରାଧ୍ୟାପକ ଡ଼ଃ ରଞ୍ଜନ କୁମାର ଦାଶ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

jittmm
Leave A Reply

Your email address will not be published.