ସମସ୍ୟାର ସମାଧାନ ପାଇଁ ମାଓ ଅଂଚଳ ଗ୍ରସ୍ତ କଲେ ଜିଲ୍ଲାପାଳ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାପାଳ ସ୍ବଧାଦେବ ସିଂ ଓ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଆଜି ବୋଡେନ ବ୍ଲକ ଭଇସାଦାନୀ ପଞ୍ଚାୟତ ଅନ୍ତର୍ଗତ ପାଟଦରା ଗ୍ରାମକୁ ଗ୍ରସ୍ତ କରିଥିଲେ । ଏହି ଅବସରରେ ଏକ ସାପ୍ତାହିକ ବଜାର ଉଦ୍‌ଘାଟନ କରିବା ସହ ଆଖପାଖ ଅଂଚଳର ଶତାଧିକ ଗ୍ରାମବାସୀଙ୍କ ସହ ଅଂଚଳର ବଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ମୁଖ୍ୟତଃ ଗମନାଗମନ, ପାନୀୟଜଳ, ସ୍ବାସ୍ଥ୍ୟସେବା, ଶିକ୍ଷା, ବିଦ୍ୟୁତ ଯୋଗାଣ, ବ୍ୟବସ୍ଥାକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଗୁରୁତ୍ୱ ଦେବାକୁ ଅନୁରୋଧ କରିଛନ୍ତି । ଏ ନେଇ ଜିଲ୍ଲାପାଳ ଆଲୋଚନାରେ ଭାଗ ନେଇ ସବୁ ଦିଗରେ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝି ଉପସ୍ଥିତ ଥିଲେ ।

Leave A Reply

Your email address will not be published.