ବୀରମହାରାଜପୁର ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦ୍‌ଘାଟିତ

ବୀରମହାରାଜପୁର, (କେପିଏନ୍‌ଏସ୍‌) : ବୀରମହାରାଜପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ମେହେରଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ମେହେର ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦ୍‌ଘାଟନ କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ଇଂଲିଶ ପ୍ରାଧ୍ୟାପିକା ଶ୍ରୀମତୀ ଗୀତାଞ୍ଜଳି ପୂଜାରୀ, ପ୍ରାଣୀବିଜ୍ଞାନ ପ୍ରାଧ୍ୟାପିକା ଶ୍ରୀମତୀ ରାଜେଶ୍ୱରୀ କର ପ୍ରମୁଖ ଆତ୍ମସୁରକ୍ଷା ତାଲିମ୍‌ର ଗୁରୁତ୍ଵ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଦୃଢ଼ ଆତ୍ମବିଶ୍ୱାସ ଓ ତାଲିମ୍ ଛାତ୍ରୀମାନଙ୍କୁ ଅପ୍ରିତିକର ପରିସ୍ଥିତିରୁ ବଞ୍ଚାଇ ପାରିବ ବୋଲି ବକ୍ତବ୍ୟ ରଖିଥିଲେ । ଆତ୍ମସୁରକ୍ଷା ତାଲିମ୍ କାର୍ଯ୍ୟକ୍ରମର ସଂଯୋଜିକା ଯାମିନୀ ଦାଶ ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପିକ ବନ୍ଦିତା ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଶିକ୍ଷକ କଲ୍ୟାଣମୟୀ ତ୍ରିପାଠୀ ଓ ମାମି ଘିଭେଲା ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ । ଆଜି ଅନୁଷ୍ଠିତ ଏହି ଶିବିର ଆସନ୍ତା ୨୯/୦୪/୨୨ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.