ଭୁବନେଶ୍ୱର ସୈନିକ ସ୍କୁଲ ପରିସରରେ ରାଜ୍ୟପାଳଙ୍କ ଦ୍ୱାରା ହୀରକ ଜୟନ୍ତୀର ସ୍ୱତନ୍ତ୍ର ପୋଷ୍ଟର କଭର୍‌ ଏବଂ ପୋଷ୍ଟକାର୍ଡ ଉନ୍ମୋଚିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସୈନିକ ସ୍କୁଲ ପରିସରରେ ପୋଷ୍ଟାଲ ବିଭାଗ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ପୋଷ୍ଟ କଭର୍‌ ଏବଂ ପୋଷ୍ଟକାର୍ଡର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୈନିକ ସ୍କୁଲର କ୍ୟାଡେଟମାନେ ତାଙ୍କୁ ଗାର୍ଡ ଅଫ୍‌ ଅନର୍‌ ମାଧ୍ୟମରେ ସ୍ୱାଗତ କରିଥିଲେ । ବିବେକାନନ୍ଦ ହଲ୍‌ରେ ମୁଖ୍ୟ ଅତିଥି ସ୍ୱତନ୍ତ୍ର କଭର ଏବଂ ପୋଷ୍ଟକାର୍ଡର ଉନ୍ମୋଚନ କରିଥିଲେ । ତତ୍‌ ସହିତ ବାଲ୍‌ ସୈନିକ ସ୍କୁଲ ଏବଂ ସୈନିକ ସ୍କୁଲର କ୍ୟାଡେଟ୍‌ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ଉପଭୋଗ କରିଥିଲେ । ବିଦ୍ୟାଳୟ ତରଫରୁ ଆୟୋଜିତ ହୋଇଥିବା କଳା ଏବଂ ବିଜ୍ଞାନ ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ପରିଦର୍ଶନ କରିଥିଲେ । ତାଙ୍କ ଅଭିଭାଷଣରେ ସେ ସମସ୍ତ କ୍ୟାଡେଟ୍‌ଙ୍କୁ ଆଗକୁ ବଢ଼ିବାକୁ ପ୍ରୋତ୍ସାହିତ କରିବା ସଂଗେ ସଂଗେ ବଡ଼ ସ୍ୱପ୍ନ ଦେଖିବା, ଉତ୍ତମ ଗୁଣର ପରିପ୍ରକାଶ କରିବା ସହ ବିଦ୍ୟାଳୟ ପରିସରରେ ଉପଲବ୍ଧ ସମସ୍ତ ସୁବିଧା ସୁଯୋଗର ସୁବିନିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଅଧିକ ସଂଖ୍ୟାରେ ସଶସ୍ତ୍ର ବାହିନୀରେ ଯୋଗଦେଇ ଦେଶମାତୃକା ସେବା କରିବା ପାଇଁ ଉପଦେଶ ଦେଇଥିଲେ । ପ୍ରିନ୍ସିପାଲ୍‌ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ଏସ୍‌.ଡୋମିନିକ ରାୟନ, ନବ ନିଯୁକ୍ତ ପ୍ରିନ୍ସିପାଲ୍‌ କର୍ଣ୍ଣଲ ବାଲୁ ଭରଥ, ପ୍ରଶାସନିକ ଅଧିକାରୀ କମାଣ୍ଡର ପ୍ରୀତିକା ଶର୍ମା, ଭାଇସ୍‌ ପ୍ରିନ୍ସିପାଲ କମାଣ୍ଡର ଭାଷା ସାଙ୍ଗୱାନ, ସିନିଅର ମାଷ୍ଟର ବିଘ୍ନେଶ୍ୱର ପ୍ରଧାନ ମୁଖ୍ୟ ଅତିଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଅନ୍ୟ ବିଶିଷ୍ଟ ସମ୍ମାନିତ ଅତିଥି ଭାବରେ ଲେପ୍‌ନାଣ୍ଟ ଜେନେରାଲ ଜେ.କେ.ମହାନ୍ତି, ଏୟାର୍‌ ମାର୍ଶଲ ଜେ.ଏନ୍‌.ବର୍ମା, ଆଂଚଳିକ ଡାକ ନିର୍ଦ୍ଦେଶକ, ହେଡ କ୍ୱାର୍ଟର ଅଂଚଳ ହର୍ଦ୍ଦମାନ ସିଂ (ଓବିଏ ସଭାପତି), କମାଣ୍ଡର ଡି. ସ୍ୱାଇଁ (ଓବିଏ ସେକ୍ରେଟାରୀ), କର୍ଣ୍ଣଲ ଡି.ଡି. ସ୍ୱାଇଁ, ଅମିତାଭ ସ୍ୱାଇଁ, ପ୍ରତିଶ ବାସା, ତରୁଣ ମହାନ୍ତି, ସତ୍ୟ ମହାନ୍ତି, ଓବିଏର ଅନ୍ୟାନ୍ୟ କର୍ମକର୍ତ୍ତା, ସରକାରୀ କର୍ମଚାରୀ ବୃନ୍ଦ ଏବଂ କ୍ୟାଡେଟ୍‌ମାନେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.