csstore

ଶିକ୍ଷା ଜ୍ୟୋତି ସ୍ଥାପନ ସହ ଆରମ୍ଭ ହେଲା ପ୍ଲାଟିନମ ଜୁବୁଲି ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳର ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟ ଭାବରେ ବେସ ସୁନାମ ଅର୍ଜନ କରିଥିବା ତଥା ସମାଜକୁ ବହୁ ବିଶିଷ୍ଟ ପ୍ରଶାସନିକ ଅଧିକାରୀ, ରାଜନୈତିକ ନେତୃତ୍ୱ, ଗଣମାଧ୍ୟମ ତଥା ସାମରିକ ଅଧିକାରୀ ସୃଷ୍ଟି କରି ଦେଇଥିବା ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ୭୫ ବର୍ଷ ପୁର୍ତ୍ତି ଅବସରରେ ଏକ ଭବ୍ୟ ସମାରୋହ ସହିତ ପ୍ଲାଟିନମ ଜୁବୁଲି ମହୋତ୍ସବ ପାଳନ ହେବାକୁ ଯାଉଅଛି । ଏହି ପରିପେକ୍ଷୀରେ ଆଜି ସକାଳୁ ନୃସିଂହନାଥ ପୀଠରୁ ପବିତ୍ର ଶିକ୍ଷା ଜ୍ୟୋତିର ଆଗମନ ସହ ଏକ ସାଂସ୍କୃତିକ ଶୋଭା ଯାତ୍ରାରେ ବିଦ୍ୟାଳୟର ବର୍ତ୍ତମାନ ଛାତ୍ର ଓ ପୁର୍ବତନ ଛାତ୍ର ମାନେ ଏକ ବିଶାଳ ରେଲି କରି ନଗର ପରିକ୍ରମା କରିବା ସହ ଶିକ୍ଷା ଜ୍ୟୋତିର ମସାଲକୁ ସ୍କୁଲକୁ ଆଣି ସ୍ଥାପନ କରିଥିଲେ । ଏହା ସହ ତିନି ଦିନ ଧରି ବିଦ୍ୟାଳୟ ପରିସରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ଦ୍ୱିତୀୟ ଦିନ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କର ଯୋଗ ଦେବା କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୁଚନା ଦିଆଯାଇଅଛି ।

jayashree
Leave A Reply

Your email address will not be published.