ପଞ୍ଚାୟତ ସମିତି କାର୍ଯ୍ୟାଳୟ ତୁରେକେଲାରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ଉଦ୍‌ଘାଟିତ

ତୁରେକେଲା, (କୈଳାଶ ସଗ୍ରିଆ) : ଆଜି ପଞ୍ଚାୟତ ସମିତି କାର୍ଯ୍ୟାଳୟ ତୁରେକେଲାରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯରଇଛି । ଏହି ଅବସରରେ ଚ୍ୟାରମେନ୍ ପୁଜା ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସପ୍ସଚାଳକ ସିକନ୍ଦର୍ ଭୋଇଙ୍କ କ୍ରମେ ବିଡିଓ ଦେବାଶିଷ ସାମଲ୍, ଜିଲ୍ଲା ପରିଷଦ କୌଶିକ ମେହେର, ଡଃ ବିଷ୍ଣୁପ୍ରସାଦ ମେହେର, ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ସଭ୍ୟା ବୃନ୍ଦ, ଆଶା ମା’ ବୃନ୍ଦ, ତୁରେକେଲା ପୋଲିସ ଓ ଅଗ୍ନିଶମ ବୃନ୍ଦ ଉପସ୍ଥିତ ଥିଲେ । ଏହି ସ୍ୱାସ୍ଥ୍ୟ ମେଳାରେ ସମସ୍ତ ପ୍ରକାରର ସଚେତନତା ସମସ୍ତ ପ୍ରକାର ରୋଗ ଚିହ୍ନଟକରଣ ଓ ମାଗଣାରେ ଔଷଧ ଉପଲବ୍ଧ କରାଯାଇଥିଲା । ସମୟ ସକାଳ ୭:୩୦ରୁ ଦିବା ୧୨.୩୦ ପର୍ଯ୍ୟନ୍ତ ଏବଂ ୩.୩୦ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ରୋଗ ଚିହ୍ନଟ ଓ ଔଷଧ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.