ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ବିଶ୍ୱ ଜଳ ସ୍ୱଚ୍ଛତା ଦିବସ ପାଳନ

• ପ୍ରାକୃତିକ “ତାମ୍ପରା” ହ୍ରଦକୁ ସଫେଇ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ସାମରିକ ଛାତ୍ରମାନଙ୍କ ଦ୍ୱାରା ବିଶ୍ୱ ଜଳ ସ୍ୱଚ୍ଛତା ଦିବସ ପାଳନ କରାଯାଇଛି । ଏହି ଅବସରରେ ଛତ୍ରପୁର ନିକଟରେ ପ୍ରବାହିତ ମଧୁର ଜଳ ହ୍ରଦ ଭାରତୀୟ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଥିବା ସୁଶୋଭିତ ପ୍ରକୃତିର ଅନବୈଦ୍ୟ “ତାମ୍ପରା” ହ୍ରଦକୁ ସଫେଇ କରି ପରିମଳ ସ୍ଵଚ୍ଛତା ଉପରେ ଜନସଚେତନତା ସୃଷ୍ଟି କରିଥିଲେ । ସମର ଶିକ୍ଷାର୍ଥୀମାନଙ୍କ ଦ୍ଵାରା ତାମ୍ପରା ହ୍ରଦର ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସଂପାଦକ ପଦ୍ମଚରଣ ସାହୁ ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ । ପ୍ରଥମରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଭାରତ ସରକାରଙ୍କ ସ୍ୱଛ ଭାରତ ମିଶନର କାର୍ଯ୍ୟକାରିତା ଓ ଆମ ଦାୟିତ୍ୱ ସମ୍ପର୍କରେ ଶିଶୁମାନଙ୍କୁ କହିଥିଲେ । ପରେ ସମସ୍ତ ଶିଶୁ ଆଚାର୍ଯ୍ୟମାନଙ୍କ ଦ୍ଵାରା ହ୍ରଦରେ ପଡିଥିବା ପ୍ଲାଷ୍ଟିକ ବୋତଲ, ପଲିଥିନ ଓ ପଙ୍କଦଳ ଆଦି ସଫା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏନ୍.ସି.ସି. ଶିକ୍ଷକ ଡି. ଗଣେଶ ରେଡ୍ଡୀ, ସ୍କାଉଟ୍ ମାଷ୍ଟର ଶିବପ୍ରସାଦ ପଟ୍ଟନାୟକ, ପ୍ରାୟ ୩୦ ଜଣ ଶିଶୁ ଓ ଆଚାର୍ଯ୍ୟ ଉପସ୍ଥିତ ରହି ଜଳ ସ୍ୱଚ୍ଛତା ଉପରେ ସଚେତନତା ସୃଷ୍ଟି କରିଥିଲେ ।

Leave A Reply

Your email address will not be published.

error: Content is protected !!