jsm

ଆଦ୍ୟ ଶୈଶବର ଯତ୍ନ ଓ ଶିକ୍ଷା ଉପରେ ଆଲୋଚନା

csstore

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଅଙ୍ଗନବାଡ଼ି ‘ଖ’ କେନ୍ଦ୍ର ଚଟୁଅନକା ଠାରେ ଆଦ୍ୟ ଶୈଶବର ଯତ୍ନ ଓ ଶିକ୍ଷା ଉପରେ ଆଲୋଚନା ହୋଇଯାଇଛି ।ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଂଚି ନାରାୟଣ ଦାଶ ଆଲୋଚକ ଭାବେ ଯୋଗଦେଇ ମାଆମାନେ କିଭଳି ଭାବରେ ଆଦ୍ୟ ଶୈଶବର ଯତ୍ନ ନେବେ ଓ ଶିକ୍ଷା ଉପରେ ଗୁରୁତ୍ୱ ଦେବେ ତା’ ଉପରେ ଉପସ୍ଥିତ ମାଆମାନଙ୍କ ସହିତ ଆଲୋଚନା କରିଥିଲେ । ସେମାନେ କିଭଳି ସ୍ୱାସ୍ଥ୍ୟର ଯତ୍ନ ନେବେ ଏବଂ ଔଷଧ ଖାଇବା ଉପରେ ଗୁରୁତ୍ୱ ଦେବା ସହିତ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ମାନଙ୍କ ସହିତ ଯୋଗାଯୋଗ କରିବେ ସେଥିପ୍ରତି ଧ୍ୟାନ ଦେବାକୁ କହିଥିଲେ ।ସଭାରେ କିଶୋରୀ ବାଳିକାମାନଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ସହିତ ନିୟମିତ ଔଷଧ ସେବନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଥିଲା । ଏହି ସଭାରେ ସମାଜସେବୀ ଥମିର ଛତ୍ରିଆ, ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ବଏ, ଆଶାକର୍ମୀ ସୂର୍ଯ୍ୟକାନ୍ତୀ ମାଝୀ, ଈନ୍ଦୁମତି ମାଝୀ, କୁମୁଦିନୀ ମାଝୀ ଆଦି ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.