ଅବସରପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅଞ୍ଚଳର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରି ସୁନାମ ଅର୍ଜନ କରିଥିବା ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ଗତକାଲି ରାତି ପ୍ରାୟ ୧୦ ଟା ୩୫ ମି ସମୟରେ (୭୪) ବର୍ଷ ବୟସରେ ପାଇକମାଲଠାରେ ପରଲୋକ ହୋଇଯାଇଛି । ସେ ପାଇକମାଲ ଅନ୍ତର୍ଗତ ପଲସଦା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଶିକ୍ଷକତା ଜୀବନରୁ ଅବସର ନେଲା ପରେ ଜ୍ୟୋତିଷ ଓ କର୍ମକାଣ୍ଡ ପ୍ରତି ଗଭୀର ରୁଚି ରଖି ବେଶ ଜଣାଶୁଣା ହୋଇ ପାରିଥିଲେ । ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ । ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ତିନି ପୁଅ, ଦୁଇ ପୁତ୍ରବଧୂ, ତିନି ଝିଅ ଜ୍ବାଇଁ ଏବଂ ନାତି ନାତୁଣୀ ତଥା ତାଙ୍କ ଧର୍ମପତ୍ନୀ ବାସନ୍ତୀ ପାଣିଗ୍ରାହୀ ଉପସ୍ଥିତ ଥିଲେ । ଦେହାନ୍ତ ପରେ ତାଙ୍କର ମର ଶରୀରକୁ ତାଙ୍କ ପୈତୃକ ଗ୍ରାମ ପଲସଦା ଠାରେ ବିରାଟ ଶୋଭାଯାତ୍ରାରେ ମଶାଣିକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର ଅନ୍ତିମ ଯାତ୍ରାରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ପୁରୋହିତ ଦିବଂଗତ ପାଣିଗ୍ରାହୀଙ୍କୁ ଅନ୍ତିମ ଦର୍ଶନ କରି ଗଭୀର ଶୋକ ବ୍ୟକ୍ତ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ବଡ଼ ପୁଅ ମାଧବ ମୋହନ ପାଣିଗ୍ରାହୀ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.

error: Content is protected !!