ଷଡ଼ ବଂଶୀୟ ଗୌଡ଼ ସମାଜ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସ୍ଥିତ ଶାବରୀମାଳା ଧର୍ମଶାଳାରେ ଷଡ଼ ବଂଶୀୟ ଗୌଡ଼ ସମାଜ ବିକାଶ ପରିଷଦ ପକ୍ଷରୁ ସଭାନେତ୍ରୀ ଦମୟନ୍ତି କୁମୁରାଙ୍କ ଅଧ୍ୟକ୍ଷତାରେ ଏକ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମାଜର ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ବିଭିନ୍ନ ପ୍ରସ୍ତାବ ଆଗତ କରାଯାଇଥିଲା । ସମାଜର ଜିଲ୍ଲା ଉପସଭାପତି ବୀରବର ଧରୁଆ, ଜନାର୍ଦ୍ଦନ ନାଏକ, ଅପୂର୍ବ ନାଏକ, ନବୀନ ଚନ୍ଦ୍ର ନାଏକ, ପଦ୍ମଲୋଚନ ନାଏକ, ଲକ୍ଷ୍ମୀନାରାୟଣ ସିଠ, ଜଗଦିଶ ଧରୁଆ, ବିଘ୍ନରାଜ ଧରୁଆ, ସେବାକାର ମଲ୍ଲିକ, ଦଶରଥ ମାଝୀ, ଦୀଜ ଦଳପତି ପ୍ରମୁଖ ଯୋଗ ଦେଇଥିଲେ । ସଂପାଦକ ନବୀନ ମଲ୍ଲିକ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!