jsm

୨୯ ଏପ୍ରିଲରୁ ଆରମ୍ଭ ହେବ ପଦ୍ମପୁର ଲୋକ ମହୋତ୍ସବ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ତା ୨୯ /୦୪/୨୨ରୁ ତା ୦୧/୦୫ / ୨୨ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ମହା ଆଡମ୍ବରରେ ଦ୍ୱିତୀୟ ପଦ୍ମପୁର ଲୋକ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଟାଉନ କ୍ଲବ, ପଦ୍ମପୁର ଦ୍ୱାରା ଆୟୋଜିତ ଏହି ମହୋତ୍ସବରେ ତା ୨୪ / ୦୪ / ୨୨ରୁ ୮ ଦିନ ଧରି ବାଣିଜ୍ୟ ମେଳା ଓ ମୀନାବଜାର ମଧ୍ୟ ସ୍ଥାନୀୟ ଅଶୋକ ପଡିଆଠାରେ ଅନୁଷ୍ଠିତ ହେବ । ସଂସ୍କୃତି ବିଭାଗ ଦ୍ଵାରା ପ୍ରେରିତ ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଅନେକ ଗୁଡିଏ ସାଂସ୍କୃତିକ ଦଳ ମହୋତ୍ସବରେ ନିଜ କଳା ପ୍ରଦର୍ଶନ କରିବା ସହ ପଦ୍ମପୁର ମାଟିର କଳା, ସଂସ୍କୃତି, ସ୍ୱାସ୍ଥ୍ୟ, କୃଷି ଏବଂ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ ମଧ୍ୟ କରାଯିବ । ଏହା ସଙ୍ଗେ ସଙ୍ଗେ ବିଭିନ୍ନ ଦିନ ମାନଙ୍କରେ ଭିନ୍ନ ଭିନ୍ନ ପ୍ରତିଯୋଗିତା, ଗଣଦୌଡ଼, ସାଂସ୍କୃତିକ ଶୋଭାଯାତ୍ରା ଓ କବି ସମ୍ମିଳନୀର ମଧ୍ୟ ଆୟୋଜନ କରାଯାଇଛି ବୋଲି ଆୟୋଜକ କମିଟି ତରଫରୁ ପ୍ରକାଶ । ସମସ୍ତ କଳାପ୍ରେମୀ, ଜନ ସାଧାରଣ ଓ ଅନୁଷ୍ଠାନ ଗୁଡିକୁ ଟାଉନ କ୍ଳବ ପଦ୍ମପୁର ନିବେଦନ କରିଛନ୍ତି ଯେ, ଉକ୍ତ ମହୋତ୍ସବରେ ସମସ୍ତେ ଉପସ୍ଥିତ ରହି ତାଙ୍କୁ ସହଯୋଗ କରିବା ସହ କଳା ଓ କଳାକାରଙ୍କୁ ଉତ୍ସାହିତ କରିବେ ।

yuvodaya
Leave A Reply

Your email address will not be published.