jsm

ବିଷୁବ ମିଳନ କାର୍ଯ୍ୟକ୍ରମ

csstore

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ମିଳିତ ଆନୁକୂଲ୍ୟରେ ବିଷୁବ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ପଦ୍ମ ଲୋଚନ ମିଶ୍ରଙ୍କ ସଭାପତିତ୍ୱରେ ହେଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କଳାହାଣ୍ଡି ଜିଲ୍ଲା ସଭାପତି ଜଗଦୀଶ୍ୱର୍ ମୁଣ୍ଡ, ସମ୍ମାନିତ ଅତିଥି ଜିଲ୍ଲା ସଂଯୋଜକ ମନୋଜ କୁମାର ନାୟକ ଯୋଗ ଦେଇ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସଂସଦର ସଂପାଦକ ହେମନ୍ତ ସାହୁ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । କବୟିତ୍ରୀ ସରସ୍ଵତୀ ମିଶ୍ରଙ୍କ ସଂଯୋଜନାରେ ବରିଷ୍ଠ କବି ହୃଦାନନ୍ଦ ସାହୁ, ଉଦୟ ନାୟକ, କୁଳମଣି ସାହୁ, ଧ୍ରୁବକୁମାର ଗାନ୍ଧୀ, ଅରୁଣ ପ୍ରଧାନୀ, କୀର୍ତ୍ତନ ଘିଭେଲା, ମାନସ ରଞ୍ଜନ ପ୍ରହରାଜ, ପୀତାମ୍ବର ଗଉଡ, ବିଶ୍ୱଜିତ୍ ବିଶ୍ଵାଳ ପ୍ରମୁଖ କବିତା ପାଠ କରିଥିଲେ । ଧନ୍ୟବାଦ୍ ଅର୍ପଣ କରିଥିଲେ ସଦସ୍ୟ ସୁଶାନ୍ତ ମିଶ୍ର । ଅନ୍ୟମାନଙ୍କ ମଧ୍ୟରେ ପରମାନନ୍ଦ ବିଶୀ, ରାକେଶ କୁମାର ଶତପଥୀ, ମିତେଶ ପଣ୍ଡା, ନାରାୟଣ ମହାଳିକ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.