csstore

ସଇଁତଲାରେ ହନୁମାନ ଜୟନ୍ତୀ ଓ ଶୋଭାଯାତ୍ରା : ଜୟ ଶ୍ରୀ ରାମ ଧ୍ୱନୀରେ କମ୍ପି ଉଠିଲା ସହର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ସଇଁତଲା ଯୁବ ସରପଞ୍ଚ ଇଂ ସୁବ୍ରତ ନାଗ ଯାଦବଙ୍କ ନେତୃତ୍ୱରେ ସ୍ଥାନୀୟ ଶିବ ମନ୍ଦିରଠାରେ ପୂଜାର୍ଚ୍ଚନା କରିବା ପରେ ସହରର ଯୁବକ ମାନେ ମନ୍ଦିର ପରିସରରେ ଏକତ୍ରିତ ହୋଇ ଶଙ୍କର ଚୌକ, ବସଷ୍ଟାଣ୍ଡ, ବାପୁଜୀ ଛକ, ଆଲୋକ ଛକ, କଅସରପଡା ଦେଇ ସହର ପରିକ୍ରମା କରିଥିଲେ । ଏଥିରେ ସଇଁତଲା ସହରରେ ନାରଙ୍ଗି ରଙ୍ଗରେ ପତାକା ଧରି ଜୟ ଶ୍ରୀରାମ ଧ୍ଵନିରେ ପୁରା ସହର ଚଳଚଞ୍ଚଳ ହୋଇପଡିଥିଲା । ଏଥିରେ ସାମ୍ବାଦିକ ପ୍ରମୋଦ କୁମାର ସେଲମା, ରାଜା ବୈଠାରୁ, ପ୍ରଦୀପ ବାଗ, ବୁବୁନ ପାଣିଗ୍ରାହୀ, ଦେବେନ୍ଦ୍ର ଯୋଶୀ, ରାକେଶ ସାହୁ, ମୁନୁ ପୁଟେଲ, ସୁନୀଲ ସେଠ, ସଂଜୀବ ବାଗ, ଧୂବା ଜାଲ, ସରୋଜ ଥପା, ରାଜେଶ ସାହୁ, ଯୁବରାଜ ନାଏକ, ଦିନେଶ ଭୋଇ, ପୂର୍ଣ୍ଣଚନ୍ଦ୍ର ଦଲେଇ, କାଳୁ ଅଗ୍ରୱାଲ, ଅଙ୍କିତ ଅଗ୍ରୱାଲ, ଭକ୍ତ ପୋଢ଼, ମନୋଜ ଗହୀର, ପିଙ୍କୁ ଥପା, ସୁଜିତ ପଶାୟତ, ନାରାୟଣ ସାହୁଙ୍କ ସମେତ ସହରର ବହୁ ଯୁବକମାନେ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରାରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସଇଁତଲା ଥାନା ଅଧିକାରୀ ଅବନୀ ସାହୁଙ୍କ ତତ୍ୱାବଧାନ ପୁଲିସ ମୁତୟନ କରାଯାଇଥିଲା । ପରିଶେଷରେ ଶୋଭାଯାତ୍ରା ଶିବମନ୍ଦିରରେ ପହଂଚିବା ପରେ ଭକ୍ତମାନଙ୍କୁ ପ୍ରସାଦ ସେବନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଇଁତଲା ସହରର ସମସ୍ତ ଯୁବକମାନେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.