ବ୍ରିଜ୍ ତିଆରି କରିବା ପାଇଁ କନ୍ଦେଇ ଗ୍ରାମ ପଞ୍ଚାୟତର ଏସ୍ଏଚ୍‌ଜି ମହିଳା ବୃନ୍ଦ ଓ ଗ୍ରାମବାସୀଙ୍କ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକ ଅନ୍ତର୍ଗତ କନ୍ଦେଇ ଗ୍ରାମ ପଞ୍ଚାୟତ ଅଧିନସ୍ଥ କନ୍ଦେଇ ଗାଁରୁ ମହଖଣ୍ଡ ଯିବାକୁ ଥିବା ରାସ୍ତାରେ ନଦୀ ପଡୁଥିବାରୁ ବର୍ଷା ଦିନେ ଲୋକଙ୍କୁ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ଅଭିଯୋଗ ହେଉଛି । ସୂଚନା ଅନୁସାରେ ଏହି ରାସ୍ତା ପ୍ରାୟ ଦଶଗୋଟି ଗାଁକୁ ଯୋଗ କରୁଥିବା ବେଳେ କନ୍ଦେଇ ଗାଁର ଲୋକେ ଓ ଏସ୍ଏଚ୍‌ଜି ମହିଳା ବୃନ୍ଦ କହିଥାନ୍ତି ଯେ, ଆମ ଗାଁରେ କୌଣସି ରୋଗକ୍ରାନ୍ତ ବ୍ୟକ୍ତିଙ୍କୁ ବା ଗର୍ଭବତୀ ମହିଳାଙ୍କୁ ଜରୁରୀ ଚିକିତ୍ସା କରିବା ପାଇଁ ତୁରେକେଲା, କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେବାକୁ ହେଲେ ପ୍ରାୟ ୩୫ କିଲୋମିଟର ଯିବାକୁ ପଡିଥାଏ ଏବଂ କନ୍ଦେଇ ଗାଁରୁ କଣ୍ଟାବାଞ୍ଜି ଡାକ୍ତରଖାନା ୨୦ କିଲୋମିଟର ଦୂରତା ଅତିକ୍ରମ କରି ଯିବାକୁ ପଡିଥାଏ ତେଣୁ କରି କନ୍ଦେଇ ବ୍ରିଜ୍ ତିଆରି କରାଗଲେ ଲୋକେ ଯିବାଆସିବାରେ ସୁବିଧା ପାଇ ପାରନ୍ତେ ବୋଲି ମତ ପ୍ରକାଶ ପାଇଛି । ଯଦି କନ୍ଦେଇ ବ୍ରିଜ୍ ତିଆରି ନ କରାଗଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବୁ ବୋଲି ମା’ ଗାଗସେନ୍ ଏସ୍ଏଚ୍‌ଜିର ସଭାନେତ୍ରୀ ଲୁଚନେ ବାଗ ଓ ସମ୍ପାଦିକା ଲମ୍ବେ ନିଆଲ ଏବଂ ସଦସ୍ୟା ବୃନ୍ଦ, ମା’ ଫୁଲବରେନ୍ ଏସ୍ଏଚ୍‌ଜିର ସଭାନେତ୍ରୀ ବିଶାଖା ମାଝି ଓ ସମ୍ପାଦିକା ମାଲତୀ ଗହିର ଏବଂ ସଦସ୍ୟା ବୃନ୍ଦ, ମା’ ଡଙ୍ଗରବୁଢା ଏସ୍ଏଚ୍‌ଜିର ସଭାନେତ୍ରୀ ଅଏଲେ ପୁଞ୍ଜି ଓ ସମ୍ପାଦିକା ବେଲମତୀ ବାଗ ଏବଂ ସଦସ୍ୟା ବୃନ୍ଦ, ଶିବଶମ୍ଭୁ ଏସ୍ଏଚ୍‌ଜିର ସଭାନେତ୍ରୀ ରତ୍ନା ମାଝି ଓ ସମ୍ପାଦିକା ପାନ ବାଗ ଏବଂ ସଦସ୍ୟା ବୃନ୍ଦ, ବୈଷ୍ଣବ ଦେବୀ ଏସ୍ଏଚ୍‌ଜିର ସଭାନେତ୍ରୀ ରୀତା ମାଝି ଓ ସମ୍ପାଦିକା ମାଲତୀ ପୁଞ୍ଜି ଏବଂ ସଦସ୍ୟା ବୃନ୍ଦ ଏବଂ ଗ୍ରାମବାସୀ କହିଛନ୍ତି ।

Leave A Reply

Your email address will not be published.