ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

ଖଡ଼ିଆଳ, (ନିରାକାର ମେହେର) : ଖଡ଼ିଆଳ ବ୍ଲକ ଦୋହେଲପଡା ଗ୍ରାମରେ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେଉଅଛି । ଏଥିପାଇଁ ୧୨ ତାରିଖରେ କଳସ ଯାତ୍ରା କରାଯାଇଥିଲା । ନିକଟସ୍ଥ ସୁନ୍ଦର ନଦୀରୁ ଜଳ ଆଣି ଯଜ୍ଞସ୍ଥଳରେ ଅଭିଷେକ କରାଯାଇଥିଲା । ବନ୍ଦନୀୟା ମାତା ଭଗବତୀ ଦେବୀ ଶର୍ମାଙ୍କ ଜନ୍ମ ଶତାବ୍ଦୀ ଉପଲକ୍ଷେ ମହାଯଜ୍ଞ ସହ ପ୍ରଜ୍ଞା ପୁରାଣ କଥାମୃତ ଅନୁଷ୍ଠିତ ହେଉଅଛି । ଆର୍ଯ୍ୟ ଧର୍ମର ଷୋଡଶ ସଂସ୍କାର, ବିବାହ ବ୍ରତ, କୁମାରୀ ବ୍ରତ, ଖଡ଼ି ଛୁଆଁ ଆଦି କାର୍ଯ୍ୟକ୍ରମ ଗାୟତ୍ରୀ ଧର୍ମର ବିଧି ଅନୁସାରେ କରିବାର ଲକ୍ଷ୍ୟ ରହିଛି । ହରିଦ୍ୱାରର ଗାୟତ୍ରୀ ପରିବାର ସହ ସ୍ଥାନୀୟ ଗାୟତ୍ରୀ ପରିବାର ଏଥିରେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ନୂଆପଡା ଓ ବଲାଙ୍ଗିର ଜିଲ୍ଲାର ସହସ୍ରାଧିକ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଛନ୍ତି ।

Leave A Reply

Your email address will not be published.

one × 5 =