csstore

ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ବିଷୁବ ମିଳନ : କୋଶଳଶ୍ରୀ ସମ୍ମାନ ପାଇଲେ କବି ଆନଂଦ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ର ଅଗ୍ରଣୀ ଅନୁଷ୍ଠାନ ‘ସାହିତ୍ୟ ସଂସ୍କୃତି’ ପକ୍ଷରୁ ସ୍ଥାନୀୟ ପ୍ରଭାବତୀ ପବ୍ଲିକ୍‌ ସ୍କୁଲ ପରିସରରେ ସଂଧ୍ୟା ସମୟରେ ବିଷୁବ ମିଳନ ତଥା ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡ. ଛାୟାକାନ୍ତ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଭବାନୀପାଟଣା ସାଂଧ୍ୟ କଲେଜର ପ୍ରାଧ୍ୟାପକ ଡ. ପରମେଶ୍ୱର ମୁଣ୍ଡ ମୁଖ୍ୟବକ୍ତା ଓ ପ୍ରଭାବତୀ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ଡ.ସୁନନ୍ଦା ଜତି ସମ୍ମାନିତ ଅତିଥବ ଭାବେ ଯୋଗ ଦେଇଥିଲେ । ସଭା ସଂଯୋଜନା କରିଥିଲେ ଉମେଶ ଚନ୍ଦ୍ର ଦାଶ । ସଂପାଦକୀୟ ବିବରଣୀ ପାଠ କରିଥିଲେ ସଂପାଦକ ସତ୍ୟବ୍ରତ ପଣ୍ଡା । ଏହି ଅବସରରେ ‘କୋଶଳ ପ୍ରବାହ’ର ସଂପାଦକ ତଥା କବି ଆନଂଦ ଚଂଦ୍ର ସାହୁଙ୍କୁ କୋଶଳଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ କବି ଜ୍ୟୋତି ପ୍ରକାଶ ଗଡ଼ତ୍ୟାଙ୍କୁ ବିଷୁବ ସମ୍ମାନ, ଆଦର୍ଶ ଶିକ୍ଷୟିତ୍ରୀ ସୁଚିସ୍ମିତା ମହାନ୍ତିଙ୍କୁ ଶିକ୍ଷା ସମ୍ମାନ ଓ କବି, କଳାକାର ମଧୁସୂଦନ ମହାନନ୍ଦଙ୍କୁ ଶିଳ୍ପୀ ସମ୍ମାନ ପ୍ରଦାନ କରାଯାଇଥିଲା । ସରସ୍ୱତୀ ଶିଶୁ ମନ୍ଦିରର ସଂଗୀତ ଶିକ୍ଷକ ସୋହନ ମାଝୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ବରିଷ୍ଠ ସଭ୍ୟ ଡ. ଯୁଗଳ କିଶୋର ଷଡ଼ଙ୍ଗୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ରାଜୀବ ଲୋଚନ ପାଢ଼ୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସ୍ମରଣିକା ସହ ସେବକ ଚରଣ ଦାଶଙ୍କ ପୁସ୍ତକ ଅଳକାନନ୍ଦା ଓ ସିଲ୍‌ଭର୍‌ ପେଟାଲ୍‌ସ୍‌, କବି ଜ୍ୟୋତି ପ୍ରକାଶ ଗଡ଼ତ୍ୟାଙ୍କ କବିତା ସଂକଳନ ଭୁର୍‌କୁଟି ଉନ୍ମୋଚିତ ହୋଇଥିଲା । କବି ଦିଲୀପ ପଶାୟତ, ଜଗନ୍ନାଥ ପଣ୍ଡା ଓ ଜ୍ୟୋତିପ୍ରକାଶ ଗଡ଼ତ୍ୟା ଉନ୍ମୋଚିତ ପୁସ୍ତକ ଗୁଡ଼ିକର ସମୀକ୍ଷା କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ବନମାଳୀ ଦାଶ । ପ୍ରମୋଦ ପାଲ, ଭିକାରୀ ଚରଣ ମିଶ୍ର, ଟିକେଲାଲ ବେହେରା, ନୀଳମଣି ସାହୁ, ରାଜମଣି ସାହୁ, ନରସିଂହ ସାହୁ, ରାଜୁ ମିଶ୍ର, ଆଇନଜୀବୀ ରାଧାକାନ୍ତ ପାଢ଼ୀ, ଡା. ଘନଶ୍ୟାମ ଜୈନ, କୃଷ୍ଣଚନ୍ଦ୍ର ସାହୁଙ୍କ ସମେତ ସହରର ବହୁ କବି, ଲେଖକ ତଥା ବୁଦ୍ଧିଜୀବୀ ଏହି ସମାରୋହରେ ଯୋଗଦାନ କରିଥିଲେ ।

jayashree
Leave A Reply

Your email address will not be published.