ବେଲବାହାଲି ଗ୍ରାମରେ ଚୋବିଶ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ବୁବେଲ ପଂଚାୟତ ଅନ୍ତର୍ଗତ ବେଲବାହାଲି ଗ୍ରାମରେ ଚୋବିଶ ପ୍ରହରୀ ନାମଯଜ୍ଞ ମହାସମାରୋହରେ ତା.୦୯.୦୪.୨୦୨୨ ଶୁକ୍ରବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ୨୭ଟି ପୁରୁଷ ଦଳ ଓ ୭ଟି ମହିଳା କିର୍ତ୍ତନ୍ୟ ଦଳ ଭାଗ ନେଇ ସଂକିର୍ତ୍ତନ୍ୟ ପରିବେଷଣ କରିଥିଲେ । ପ୍ରତ୍ୟେକ ଦିନ ଆଖପାଖ ଅଂଚଳର ସହସ୍ରାଧିକ ଦର୍ଶକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସନ୍ଧ୍ୟାରେ ଶିଶୁମାନଙ୍କ ମନୋରଂଜନ ପାଇଁ ମୀନା ବଜାର ଉଦ୍ଦିଷ୍ଟ ଥିବା ବେଳେ ଯୁବ ଓ ବୟସ୍କମାନେ ସଂକିର୍ତ୍ତନ୍ୟ ଦେଖି ଆଧ୍ୟାତ୍ମିକତା ଅନୁଭବ କରୁଥିଲେ । ୪ ଦିନ ଧରି ଚାଲିଥିବା ଏହି ନାମଯଜ୍ଞ କାର୍ଯ୍ୟକ୍ରମରେ ଅଂଚଳର ଲକ୍ଷ୍ୟାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଗ୍ରାମର ଗଉଁନ୍ତିଆ ବେଣୁଧର ସାଏ ଓ ତାଙ୍କ ଧର୍ମପତ୍ନୀ ଆରତି ସାଏ କର୍ତ୍ତା ଭାବେ ରହିଥିବା ବେଳେ ବାଳକୃଷ୍ଣ ମିଶ୍ର, ରାମଚନ୍ଦ୍ର ମିଶ୍ର ଓ ବିଶେଶ୍ୱର ମିଶ୍ର ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ । ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ସଭାପତି ଆନନ୍ଦ ମିଶ୍ର, ସଂପାଦକ ମନୋଜ ସାଏ ଓ କମିଟିର ସମସ୍ତ ସକ୍ରିୟ ସଭ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ବିଭିନ୍ନ କମିଟିମାନ ଗଠନ କରାଯାଇଥିଲା । ସୂଚନା କେନ୍ଦ୍ର କମିଟିରେ ଅଂଜନ ସାଏ, ଗୟାଧର ସାଏ, ବିଦୁର ସାଏ, ତପନ ମାଝି, ଜିତୁ ମନହିରା, ବୁଦ୍ଧଦେବ ପଟେଲ ଓ କିର୍ତ୍ତନ୍ୟ ପରିବେଷଣ କମିଟିରେ କିଶୋର ମିଶ୍ର, ଦିଲିପ ମିଶ୍ର, ଶଙ୍କର୍ଷଣ ମିଶ୍ର, ଶ୍ରୀକର ପଟେଲ, ବଳିୟାର ସିଂ ବସ୍ତିଆ, ଲକ୍ଷ୍ମୀକାନ୍ତ ମନହୀରା, ବିରସିଂହ ମନହୀରା, ଶୋଭାଦର ଚନ୍ଦନ, ଶାନ୍ତି ସୁରକ୍ଷା କମିଟି ଭୁବନେଶ୍ୱର ସାଏ, କଳାକାହ୍ନୁ ସାଏ, ଭଗବାନ ମିଶ୍ର, ସନ୍ତୋଷ ମିଶ୍ର, ସାନନ୍ଦ ମିଶ୍ର, ସାରଙ୍ଗ ସାଏ, ଅନ୍ତର୍ଯ୍ୟାମୀ ସାଏ, ଭରତ ମନହୀରା, ଗଙ୍ଗା ମନହିରା, ବୁଲୁ ମନହିରା, ଦେବିଲାଲ ମିଶ୍ର, ଭାଗବତ ପଟେଲ, ସୌଭାଗ୍ୟ ସାଏ, ଜଗନ୍ନାଥ ଚନ୍ଦନ ପ୍ରମୁଖ ରହିଥିଲେ । ସେହିପରି ଜଳ ଯୋଗାଣରେ କେଶବ ସାଏ, ରାଜୁ ସାଏ, ରାଜା ସାଏ, ଭୀମ କାଲସାଏ, ସୁବ୍ରତ ସାଏ, ବାପୁନ ସାଏ, ଶାନ୍ତନୁ ଭାଟି, ଶିଙ୍କୁ ମନହିରା, ଭଣ୍ଡାର କମିଟିରେ ପ୍ରିୟବନ୍ଧୁ ସାଏ, ଦେବସନ ପଟେଲ, ବିଭିଷଣ ସାଏ, ରବି ବସ୍ତିଆ, ଶ୍ରୀବତ୍ସ ମନହିରା, ଶ୍ୟାମ ସୁନ୍ଦର ସାଏ, ରଘୁନାଥ ସାଏ, ପବିତ୍ର ବସ୍ତିଆ, ଲିଙ୍ଗରାଜ ପୁଟେଲ, ଗଣେଷ ସାଏ, ରେଣୁଧ୍ୱଜ ସାଏ, ସୁଧାରି ବାଗ, ସୁଦାମୟ ସାଏ ରହିଥିବା ବେଳେ କିର୍ତ୍ତନ୍ୟ ବରଣ କମିଟି ଦିନେଶ ଚନ୍ଦନ, ରାଜ ବଲ୍ଲବ କାଲସାଏ, ଜଗଦାନନ୍ଦ ଚନ୍ଦନ, ବିର କିଶୋର ସାଏ, ନୃପାନନ୍ଦ ସାଏ, ବିର କିଶୋର ସାଏଙ୍କ ସମେତ କ୍ଷିତିରାଜ ପୁଟେଲ, ରୁଦ୍ର ବଗର୍ତ୍ତି, ବଳଦେବ ମନହିରା, ସଂଜିବ ପୁଟେଲ, ସ୍ୱରାଜ ଚନ୍ଦନ, ସୁନନ୍ଦ ଚନ୍ଦନ, ଶେଷଦେବ ମନହିରା, ନିମାଇଁ ସାଏ, ଜୟକୃଷ୍ଣ ସାଏ, ଦୁର୍ବାଦଳ ସାଏ, ହିରାଧର ପଟେଲ, ମାୟାଧର ପଟେଲ, ନବଦିପ ସାଏ, ଲକ୍ଷ୍ମଣ ସାଏ, ଗଜାନନ ମନହିରା, ଗୌର ଚନ୍ଦ୍ର ସାଏ, ସୁନିଲ ସାଏ, ରାଜା ସାଏ, ଯୁବରାଜ ପୁଟେଲ, ଆକାଶ ପୁଟେଲ, ଗୁରୁଦେବ ଚନ୍ଦନ, ନକୁଳ କାଲସାଏ, ଅର୍ଜୁନ କାଲସାଏ, ମାନ୍ଦଲ ପରୁଆ, ବଳିୟାର ସିଂ ବସ୍ତିଆ, ଶ୍ରୀକାନ୍ତ ସାଏ, ସିଦ୍ଧାନ୍ତ ମନହିରାଙ୍କ ସମେତ ସମସ୍ତ ଗ୍ରାମବାସୀ ସାହାଯ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.