ଷୋହଳ ପ୍ରହର ନାମଯଜ୍ଞ ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ବକଟୀଗ୍ରାମର ଦ୍ୱାରିକାନଗରଠାରେ ନାମଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶୁଭ ମୁହୁର୍ତ୍ତ ଅନୁସାରେ ଶୁକ୍ରବାର ଅପରାହ୍ନ ୪ଘଣ୍ଟା ୧୧ମିନିଟ ସମୟରେ ନଗରର ଶତାଧିକ ମହିଳା ଘଣ୍ଟ, ଶଂଖ ତଥା କୀର୍ତନ ଦଳ ସହ କଳସ ଯାତ୍ରାରେ ସାମିଲ ହୋଇ, ଗାଁ ମୁଣ୍ଡରେ ଥିବା ନିଳିବନ୍ଧକୁ ଯାଇଥିଲେ । ପ୍ରଥମେ କର୍ତ୍ତା ଓ କର୍ତ୍ତ୍ରୀ ପୋଖରୀରୁ ଗରାରେ ଜଳ ନେଇ ଶିବ ମନ୍ଦିରରେ ଜଳଢାଳି ପୂଜାର୍ଚ୍ଚନା ପରେ କଳସ ଅଧିବାସ କର୍ମ ଆରମ୍ଭ ହୋଇଥିଲା । ଉକ୍ତ ନାମ ଯଜ୍ଞରେ କର୍ତ୍ତା ଭାବେ ଧ୍ରୁବ ଚରଣ ଦ୍ବାରି ଓ ତାଂକ ଧର୍ମପତ୍ନୀ ଗିତାଞ୍ଜଳି ଦ୍ବାରି ପୂଜାକାର୍ଯ୍ୟ ତୁଲାଇବେ ବୋଲି ସୂଚନା ମିଳିଛି । ବିଗତ ୨ବର୍ଷ ହେଲା କରୋନା କଟକଣା ସକାଶେ ଯାନିଯାତ୍ରା ବନ୍ଦ ଥିବାରୁ କୌଣସିି ଧାର୍ମିକ କାର୍ଯ୍ୟ ମଧ୍ୟ ହୋଇପାରୁନଥିଲା । ସମସ୍ତ ପଡାବାସୀ ଭକ୍ତିଭାବ ନେଇ ତଥା ଆନନ୍ଦ ଉଲ୍ଲାସରେ ହରିବୋଲ ହୁଳହୁଳି ଧ୍ବନିରେ ଗ୍ରାମ ପରିକ୍ରମା କରି ଯଜ୍ଞମଣ୍ଡପକୁ କଳସ ଆଣି ମଣ୍ଡପରେ କଳସ ସ୍ଥାପନ କରିଛନ୍ତି । ସୂଚନା ମୂତାବକ ତାରିଖ ଆଜି ବିଧି ମୂତାବକ ପୂଜାର୍ଚନା ପରେ ନାମଯଜ୍ଞ ଆରମ୍ଭ ହୋଇ ସୋମବାର ଦିନ ଯଜ୍ଞ ପୂର୍ଣ୍ଣାହୁତି ହେବ । ସନ୍ଧ୍ୟାରେ କଳସ ଯାତ୍ରାରେ ସାମିଲ ଥିବା ତଥା ସମସ୍ତ ପଡାବାସୀଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା ହୋଇଥିଲା ।

Leave A Reply

Your email address will not be published.