oom

ବଲାଙ୍ଗିର ବ୍ଲକସ୍ତରୀୟ ବିଜ୍ଞାନ ମେଳା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବଲାଙ୍ଗିର ସଦର ବ୍ଲକ ଓ ମ୍ୟୁନିସିପାଲିଟିକୁ ନେଇ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିିତ୍ରୀ ଭାରତୀ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷା, ମ୍ୟୁନିସିପାଲିଟି ଲିକା ସାହୁ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ, ଆବାହକ କୁମୁଦିନୀ ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ବିଜ୍ଞାନ ମେଳାରେ ୧୧୬ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବ୍ଲକ ଶିକ୍ଷାଧିକାରୀ ରାଘବ ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ସନାତନ ଠାକୁର, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ସରୋଜ ନାୟକ, ଆବାହକ ନବୀନ କିଶୋର ନନ୍ଦ ଯୋଗ ଦେଇଥିଲେ । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରଜ୍ଞା ପରିମିତା ସୁନା, ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅର୍ଚ୍ଚିତା ପ୍ରଧାନ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅଙ୍କିତା ମିଶ୍ର, ନବଜୀବନ ବିଦ୍ୟାପୀଠ ଛାତ୍ର ପ୍ରୟାସ ନାଗ, ଓଏଭି ପଥରଚେପା ଛାତ୍ର ଶିବଜ୍ୟୋତି ବାରିକ, ପଞ୍ଚାୟତ ହାଇସ୍କୁଲ କୁଟୁମଡୋଲାର ଛାତ୍ରୀ ପ୍ରଣତି ପଟେଲ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାକୁ ମନୋନୀତ ହୋଇଥିଲେ । ବିଚାରକ ଭାବେ ବିଷ୍ଣୁ ମିଶ୍ର, ଅମ୍ବରିଶ ଭୋଇ ଓ ପର୍ଯ୍ୟବେକ୍ଷକ ଭାବେ ଦିଲିପ ମହାରଣା ଯୋଗ ଦେଇଥିଲେ । ପ୍ରଥମ ଓ ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ନୂତନ ନାୟକ ଓ ସୁରେଶ ବାରିକ । ଶେଷରେ ଧନ୍ୟବାଦ ଦେଇଥିଲେ ଶିକ୍ଷୟିତ୍ରୀ ସ୍ୱରଞ୍ଜିକା ରାଉତ । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଶିକ୍ଷା କର୍ମଚାରୀ ତଥା ସମସ୍ତ ସିଆରସିସି ।

jittmm
Leave A Reply

Your email address will not be published.