ରୋଟାରୀୟାନ ରେଖା ମହାନ୍ତିଙ୍କୁ ଶ୍ରେଷ୍ଠ ସଭାପତି ସମ୍ନାନ ପୁରସ୍କାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପଶ୍ଚିମବଙ୍ଗର ଦୀଘାଠାରେ ଅନୁଷ୍ଠିତ ହୋଇଥିବା ରୋଟାରୀ ଜିଲ୍ଲା ୩୨୬୨ର ବାର୍ଷିକ ସାମାରୋହ “ପରିବର୍ତ୍ତନ”-୨୦୨୨ ଅବସରରେ ଛତ୍ରପୁର ରୋଟାରୀ କ୍ଲବର ସଭାନେତ୍ରୀ ଏସ. ରେଖା ମହାନ୍ତିଙ୍କୁ ରୋଟାରୀ କ୍ଲବ ଶ୍ରେଷ୍ଠ ସଭାପତି ସମ୍ମାନରେ ମାନପତ୍ର ସହ ପଦକରେ ସମ୍ମାନୀତ କରାଯାଇଛି । ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଶାନ୍ତନୁ ପାଣିଙ୍କ ନେତୃତ୍ବରେ ଆୟୋଜିତ ଏହି ବାର୍ଷିକ ସେମିନାରରେ ରୋଟାରୀର ଆନ୍ତର୍ଜାତିକ ସଭାପତିଙ୍କ ପ୍ରତିନିଧି ପିନାକୀ ଘୋଷ ରେଖାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ଏହା ସହ ରେଖାଙ୍କୁ ଶ୍ରେଷ୍ଠ ଆଞ୍ଚଳିକ ସଂଯୋଜକ (ଜୋନାଲ କୋର୍ଡିନେଟର) ଭାବେ ମଧ୍ୟ ସମ୍ମାନୀତ କରାଯାଇଛି । ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଶିବବ୍ରତ ଦାଶ ଶ୍ରୀମତୀ ରେଖାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିବା ବେଳେ ବର୍ଷ ସାରା ବିଭିନ୍ନ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ପାଇଁ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଶାନ୍ତନୁ ପାଣି ସ୍ୱତନ୍ତ୍ର ଭାବେ ଛତ୍ରପୁର କ୍ଲବକୁ ସମ୍ମାନୀତ କରିଛନ୍ତି । ରୋଟାରୀ ଜିଲ୍ଲାର ପ୍ରଥମ ମହିଳା ଝରଣା ପାଣି, ସାଧାରଣ ସମ୍ପାଦକ ଶ୍ରୀନିବାସ ପୃଷ୍ଟି, ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଭବାନୀ ପ୍ରସାଦ ଚୌଧୁରୀ ପୁରସ୍କାର ପ୍ରଦାନ ବେଳେ ମଞ୍ଚରେ ଉପସ୍ଥିତ ଥିଲେ । ଅପ୍ରେଲ ୨ ଓ ୩ ତାରିଖରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲା ୩୨୬୨ର ୧୨୫ଟି କ୍ଲବର ୫ ଶହ ପ୍ରତିନିଧି ଯୋଗ ଦେଇଛନ୍ତି ।

Leave A Reply

Your email address will not be published.