
ବଲାଙ୍ଗିର, (ଦେବଶିଷ ମିଶ୍ର) : ସ୍ଥାନୀୟ କଳା ମଣ୍ଡପ ପଡିଆଠାରେ ଦୁଇ ଦିନ ଧରି ୧୯ତମ ସିନିୟର ବଡି ବିଲଡିଂ ଚମ୍ପିୟାନସିପ୍ (ମିଷ୍ଟର ଓଡିଶା-୨୦୨୨) ଉଦ୍ଯାପିତ ହୋଇଯାଇଛି । ୧୪ଟି ଓଜନ ବର୍ଗରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପୁରୁଷ ବଡିବିଲଡିଂ ସହ ଉଭୟ ପୁରୁଷ ଓ ମହିଳା ବର୍ଗରେ ଫିଜିକ୍ ଫିଟନେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଆମେଚର ବଡି ବିଲିଡିଂ ଦ୍ୱାରା ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବଲାଙ୍ଗିରର ରାମଚନ୍ଦ୍ର ଖର୍ସେଲ ୬୫ କେଜି ବର୍ଗରେ ରୌପ୍ୟ ପଦକ, ପ୍ରଶାନ୍ତ ଦାଶ ୭୦ କେଜି ବର୍ଗରେ ସ୍ୱର୍ଣ୍ଣ ଓ ସଂଗ୍ରାମ ମୁଣ୍ଡା ୮୦ କେଜି ବର୍ଗରେ କାଂସ୍ୟ ପଦକ ଅର୍ଜନ କରିଥିଲେ । ଅଧ୍ୟକ୍ଷ ଅମରେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଓ ଜିଲ୍ଲା ସଂପାଦକ ସଂଜୟ ଶତପଥିଙ୍କ ଆବାହକତ୍ୱରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ଜିଲ୍ଲା କ୍ରିଡା ଅଧିକାରୀ ରାଜେନ୍ଦ୍ର ବଢେଇ ଅତିଥି ରୂପେ ଯୋଗ ଦେଇଥିଲେ । ଏହି କ୍ରିଡା ସମାରୋହକୁ ଆୟୋଜକ କମିଟିର ଉପସଭାପତି ସମରେନ୍ଦ୍ର ପରିଚ୍ଛା, କୋଷାଧ୍ୟକ୍ଷ ରୁପକ ବରାଳ, ବିଡିଜିଏ ହେଲ୍ଥ କ୍ଲବ ସଂପାଦକ ସଂଗ୍ରାମ ବହିଦାର, ପ୍ରମୋଦ ରଥ, ସନ୍ତକ ବହିଦାର, ଅନିଲ ନାଏକ, ଜିତେନ୍ଦ୍ର ନାଗ, ଶୁଭମ୍ ଦର୍ଜୀ ଓ ବିଙ୍ଗଷ୍ଟ୍ରଙ୍ଗ ଫିଟ୍ନେସର ସମସ୍ତ ସଭ୍ୟ ସୁରୁଖୁରୁରେ ପରିଚାଳନା କରିଥିଲେ ।