ହାତୀବନ୍ଧା ହାଇସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ

ସିନାପାଲି, (ନିରାକାର ମେହେର) : ସିନାପାଲି ବ୍ଲକ ଅର୍ନ୍ତଗତ ହାତୀବନ୍ଧା ହାଇସ୍କୁଲଠାରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଂଚ ଜୟନ୍ତୀ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବିଜ୍ଞାନ ମେଳାକୁ ଉଦ୍‌ଘାଟନ କରିଥିଲେ । ଏ ଅବସରରେ ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଭୁବନେଶ୍ୱର ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଶ୍ରୀମତୀ ବେହେରାଙ୍କ ସହ ସମ୍ମାନିତ ଅତିଥି ଭାବରେ ସମିତିସଭ୍ୟ ସଞ୍ଜୟ ସିଂ ମାଝୀ, ଯୁବ ସମାଜସେବୀ ଗରୁଡ଼ଧ୍ୱଜ ବେହେରା, ଶିକ୍ଷକ ବୈଷ୍ଣବ ମେହେର ପ୍ରମୁଖ ମଂଚାସୀନ ଥିଲେ । ପ୍ରାରମ୍ଭରେ ବରିଷ୍ଠ ଶିକ୍ଷୟିତ୍ରୀ ହିମାଦ୍ରୀ ମେହେରେ ଅତିଥି ପରିଚୟ ଦେବା ସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ମାନବ ସଭ୍ୟତାର କଲ୍ୟାଣ ପାଇଁ ବିଜ୍ଞାନର ସୃଷ୍ଟି, ତେଣୁ ବିଜ୍ଞାନର ସଦୁପଯୋଗ ନିମନ୍ତେ ସମସ୍ତେ ସଚେତନ ହେଲେ ଏହା ବିଶ୍ୱ ପାଇଁ ଶୁଭଙ୍କର ହେବ ବୋଲି, ଏ ଅବସରରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ମୋଟ ୪୦ ଗୋଟି ପ୍ରକଳ୍ପର ପ୍ରଦର୍ଶନ କରାଯାଇଥିବା ବେଳେ ସେଥି ମଧ୍ୟରୁ ଦୁଇଟି ପ୍ରକଳ୍ପ, ଛାତ୍ର କ୍ଷୀରମୋହନ ଛତ୍ରୀଆଙ୍କ “ଶୀତଳ ଭଣ୍ତାର” ଓ ପିୟୁଷ ମେହେରଙ୍କ “ଘରୋଇ ଜଳର ସଦୁପଯୋଗ” ବ୍ଲକସ୍ତରୀୟ ବିଜ୍ଞାନ ମେଳାରେ ପ୍ରଦର୍ଶନ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛି । ଆଜିର ବିଜ୍ଞାନ ମେଳା କାର୍ଯ୍ୟକ୍ରମରେ ଶିକ୍ଷକ ସୁବାସ ଚଂଦ୍ର ମେହେର ଓ ଚଂଦ୍ରମଣି ମେହେର ବିଚାରକ ରହିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ବରିଷ୍ଠ ଶିକ୍ଷକ ଭରତ ଚଂଦ୍ର କାଣ୍ତ, ପ୍ରିତିଶ ପ୍ରଧାନ, ଜୟନ୍ତ ରାଉତ, ରମେଶ ଚଂଦ୍ର ମେହେର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ହିମାଦ୍ରୀ ମେହେର ଧନ୍ୟବାଦ ଦେଇଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ସମେତ ପୂର୍ବତନ ଛାତ୍ରଛାତ୍ରୀ ବିଜ୍ଞାନ ମେଳାରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.