lika

ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

gbag

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଘାଟମାଲ ପଞ୍ଚାୟତ ଡୁମେରବାହାଲ ଅଙ୍ଗନବାଡି କେନ୍ଦ୍ରଠାରେ ଆଜି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଭାପତି ନୂତନ ଭାବରେ ନିର୍ବାଚିତ ହୋଇ ଆସିଥିବା ସମିତିଙ୍କୁ ସଭାର ସଭାପତି ଦାୟିତ୍ୱ ଦିଆଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ଦମୟନ୍ତି ଚିନ୍ଦା ମଞ୍ଚ ପରିଚାଳନା କରିଥିଲେ ଏବଂ ମୁଖ୍ୟ ଅତିଥି ଭାବରେ ପଦ୍ମ କିଶୋର ମାଝୀ, ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, ସମ୍ମାନିତ ଅଥିତି ପୂର୍ବତନ ଜିଲ୍ଲା ପରିଷଦ ପ୍ରିୟ ରଞ୍ଜନ ମେହେର ଏବଂ ଘାଟମାଲ ସରପଞ୍ଚ ଟିକେରାମ ମାଝୀ, ଆରତୀ ମାଝୀ ମଞ୍ଚାସୀନ ଥିଲେ । ବକ୍ତବ୍ୟରେ ଶ୍ରୀ ମାଝୀ ରାସ୍ତାଘାଟ, ବିଜୁଳି, ଶିକ୍ଷା, ବିଧାଭ ଭତ୍ତା, ଘାଟ ମାଲ ପଞ୍ଚାୟତର ବିକାଶ ହେବ ବୋଲି ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିରେ ଘାଟମାଲ ପଞ୍ଚାୟତର ସମସ୍ତ ଭଦ୍ର ବ୍ୟକ୍ତି ୱାଡର଼୍ସଭ୍ୟ ସଭ୍ୟା ସମସ୍ତେ ଉପସ୍ଥିତ ଥିଲେ । ଯୁଗେଶ୍ୱର ମାଝୀ, ହୀରାସିଂ ମାଝୀ, ଧନସେ ହଂସ, ରୁଦ୍ର ସିଂ ମାଝୀ, ପଦ୍ମ କିଶୋର ମାଝୀ, ମଙ୍ଗଲସିଂ ମାଝୀ, ପରମାନନ୍ଦ ଚିନ୍ଦା, ସଦାରାମ ଲୋହାର, ଚମାର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

sandip
Leave A Reply

Your email address will not be published.