ଟ୍ରକ୍ ଦୁର୍ଘଟଣା, ୨ ମୃତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମୁମ୍ବାଇ କୋଲକାତା ଜାତୀୟ ରାଜପଥର ସୋହେଲା ନିକଟ ଗଡତିଆ ଟିକାଠାରେ ଏକ ଅଙ୍ଗୁର ବୋଝେଇ ଟ୍ରକ ଦୁର୍ଘଟଣା ଘଟି ଓଲଟି ପଡ଼ିଥିଲା । ଫଳରେ ସେଥିରେ ଥିବା ୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଟ୍ରାନ୍ସଫରମରକୁ ଧକ୍କା ଦେଇ ଓଲଟି ପଡିଥିଲା । ଘଟଣା ସ୍ଥଳରେ ସୋହେଲା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ବିଦ୍ୟୁତ ସଂଯୋଗକୁ ଛିହ୍ନ କରିବା ସହ ଉଦ୍ଧାର କରିଥିଲେ । ଡ଼୍ରାଇଭର କ୍ଲିନରକୁ ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.