ମା’ ସମଲେଶ୍ଵରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଜେପୁରଠାରେ ଯାଦବ ସମାଜ ପକ୍ଷରୁ ମା’ ସମଲେଶ୍ଵରୀ ଦେବୀଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପବିତ୍ର ଚୈତ୍ର ନବରାତ୍ର ବାସନ୍ତୀ ଦୁର୍ଗାପୂଜା ଅବସରରେ ଅନୁଷ୍ଠିତ ହୋଇଯାଇଛି । ଚାରି ଦିନ ଧରି ହେବାକୁ ଥିବା ଏହି ଉତ୍ସବରେ ପ୍ରତ୍ୟେହ ହୋମ୍ ଯଜ୍ଞର ଆୟୋଜନ ହେଉଛି ସେହିଭଳି ପ୍ରତ୍ୟେହ ଭକ୍ତଙ୍କୁ ପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯାଇଛି । ଆଜିର ପୂର୍ବତନ ସାଂସଦ ପ୍ରଭାସ ସିଂ, ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ଯୁବ ନେତା ସୁବ୍ରତ ସିଂ ପ୍ରମୁଖ ଯୋଗଦେଇ ମା’ ସମଲେଶ୍ଵରୀଙ୍କ ଦର୍ଶନ କରିଥିଲେ । ମା’ ସମଲେଶ୍ଵରୀଙ୍କ ଦର୍ଶନ ନିମନ୍ତେ ପ୍ରତ୍ୟେହ ଆଖପାଖ ଅଞ୍ଚଳର ଶତାଧିକ ଭକ୍ତଙ୍କ ସମାଗମ ହେଉଛି ।

Leave A Reply

Your email address will not be published.