oom

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦ୍ୱାଦଶତମ ଶ୍ରାଦ୍ଧ ବାର୍ଷିକୀ

jsmm

କଲାହାଣ୍ଡି/ଫୁଲବାଣୀ (କେପିଏନ୍ଏସ୍) : କରୋନା ମହାମାରୀର କାୟା ବିସ୍ତାର ଯୋଗୁଁ ସବୁ ପର୍ବପର୍ବାଣୀ ବିନା ଭକ୍ତରେ ମନ୍ଦିର ଭିତରେ ବିଧିରକ୍ଷା ପାଇଁ ପାଳନ କରାଯାଉଛି। ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ ସହିତଏହି ଦିନ ସ୍ୱର୍ଗତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧ ବାର୍ଷିକୀ ରୂପେ ଆଜକୁ ଦଶ ଏଗାର ବର୍ଷ ହେଲା ପାଳିତ ହୋଇ ଆସୁଅଛି କନ୍ଧମାଳ ଜିଲ୍ଲାରେ । ୨୦୦୮ ମସିହା କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକର ଜଲେଶପଟା ଆଶ୍ରମ ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଦେହାନ୍ତ କିଛି ଦୁର୍ବୁତ୍ତଙ୍କ ଦ୍ୱାରା ହୋଇଥିଲା । ତେଣୁ ଏହି ଦିନକୁ ସ୍ୱାମୀଜୀଙ୍କ ଶ୍ରାଦ୍ଧ ଦିବସ ରୂପେ ମଧ୍ୟ ପାଳନ କରାଯାଇଥାଏ । ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କର ଦ୍ୱାଦଶତମ ଶ୍ରାଦ୍ଧବାର୍ଷିକୀ ଆଶ୍ରମଠାରେ ପାଳନ କରାଯାଇଥିଲା । ହେଲେ ପ୍ରତିବର୍ଷ ବହୁ ଆଡମ୍ବର ସହକାରେ ଏହି ଦିନ ଜଲେଶପଟା ଆଶ୍ରମରେ ଅନ୍ତେବାସୀ, ଶ୍ରଦ୍ଧାଳୁଙ୍କୁ ନେଇ ପାଳିତ ହୋଇଆସୁଥିଲା, କିନ୍ତୁ ଏହି ବର୍ଷ କରୋନା କଟକଣା ଯୋଗୁଁ ବିନା ଜନସମାଗମରେ ଆଶ୍ରମ କର୍ମକର୍ତ୍ତାଙ୍କ ମଧ୍ୟରେ କୋଭିଡର ନୀତି ନିୟମକୁ ପାଳନ କରି ଆଶ୍ରମ ଭିତରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧବାର୍ଷିକୀ ବିଧିରକ୍ଷା ନିମିତ୍ତ ପାଳନ କରାଯାଇଛି।

jittmm
Leave A Reply

Your email address will not be published.