ଅବସରପ୍ରାପ୍ତ ଫିସେରୀ ଅଫିସର ମୁକୁନ୍ଦ ନାୟକଙ୍କ ଦେହାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ତାଲପାଲିପଡା ନିବାସୀ ଅବସରପ୍ରାପ୍ତ ଫିସେରୀ ଅଫିସର ମୁକୁନ୍ଦ ନାୟକଙ୍କ ୬୩ ବର୍ଷ ବୟସରରେ ହୃଦଘାତରେ ପରଲୋକ ହୋଇଯାଇଛି । ଅବସର ନେଲା ପରେ ସେ ସମାଜସେବାରେ ମନୋନିବେଶ କରି ଆସିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ସଂଯୁକ୍ତା ନାୟକ, ଏକମାତ୍ର ପୁତ୍ର ପ୍ରିୟବ୍ରତଙ୍କ ସହ ଝିଅ ମୌସୁମୀ, ବର୍ଷା, ଜ୍ୱାଇଁ, ନାତି, ନାତୁଣି, ପରିବାରବର୍ଗ ତଥା ଆତ୍ମୀୟସ୍ୱୟନ ଉପସ୍ଥିତ ଥିଲେ । ଅନ୍ତିମ ସଂସ୍କାର ବିଭୂତିପଡା ସ୍ଥିତ ଶ୍ମଶାନରେ ସାମାଜିକ ଦୂରତ୍ୱ ବଜାୟ ପୂର୍ବକ ସମାହିତ ହୋଇଥିଲା । ପୁତ୍ର ପ୍ରିୟବ୍ରତ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.