ସିନ୍ଧେକେଲାରେ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ : ୧୫୨ ୟୁନିଟ୍ ରକ୍ତ ସଂଗ୍ରହ

ସିନ୍ଧେକେଲା, (ସୁଶାନ୍ତ ଥାନାପତି) : କଂଟାବାଂଜି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲାରେ ବିଜେଡି ଦ୍ୱାରା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରକ୍ତଦାନ କାର୍ଯ୍ୟକ୍ରମରେ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକା ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର, କଂଟାବାଂଜି ପୂର୍ବତନ ବିଧାୟକ ଅୟୁବ ଖାନ, ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ ତଥା ଉପାଧ୍ୟକ୍ଷା ସୁନ୍ଦରମତି ବାଗ ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବିର ଅବସରରେ ମୋଟ ୧୫୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରରେ କଂଟାବାଂଜି ସରକାରୀ ଡାକ୍ତରଖାନା ବିଜ୍ଜୁ ପଟ୍ଟନାୟକ ରକ୍ତ ଭଣ୍ଡାରର ଡାକ୍ତର ସୌମ୍ୟପ୍ରତୀକ ଡୋରା, ଟେକନିସିଆନ ସୁନିତା ଭୋଇ, କୁଣାଲ ଦାସ, ପ୍ରଶାନ୍ତ ସାହୁ, ଗୁରୁବାରୁ ରଣା, କରଣଚନ୍ଦ୍ର ରଣା ସହ ବିଜୁ ଜନତା ଦଳର ସମସ୍ତ କର୍ମୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇ ଥିବାରୁ ଶ୍ରୀଦାସ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

jittmm
Leave A Reply

Your email address will not be published.