ମହଲାକଟା ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ଦାବୀ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଚଳିତ ଶିକ୍ଷା ବର୍ଷ ଆରମ୍ଭ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ନାମ ଲେଖାକୁ ନେଇ ଅନିଶ୍ଚିତତା ଲାଗିରହିଛି । ବରଗଡ ଜିଲ୍ଲାର ଅନେକ ସ୍କୁଲ ସରକାର ବନ୍ଦ କରି ଦେଇଥିବା ବେଳେ ଅନ୍ୟ ସ୍କୁଲରେ ନାମ ଲେଖାଇବାକୁ ବାଧ୍ୟ କରୁଥିବା ଅଭିଯୋଗ ଆସିଛି । ଭେଡେନ ବ୍ଲକ ଅନ୍ତର୍ଗତ ମହଲାକଟା ଗାଁର ପ୍ରାଥମିକ ବିଦ୍ୟାଳୟକୁ ସରକାର ଅନ୍ୟ ସ୍କୁଲ ସହ ମିଶ୍ରଣ କରି ଦେଇଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢା ବ୍ୟାହତ ହୋଇଛି । ମହଲାକଟା ପ୍ରାଥମିକ ବିଦ୍ୟାଳୟକୁ ଖୋଲିବା ନିମନ୍ତେ ଅଭିଭାବକ, ଛାତ୍ର ଛାତ୍ରୀ, ଗ୍ରାମବାସୀ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି । ଡେପୁଟି କଲେକ୍ଟର ସୁମତୀ ପଣ୍ଡାଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.