ଏଲ୍‌ଇଡି ବୋଝେଇ ଗାଡି ଲୁଟିଲେ ଦୁର୍ବୃତ୍ତ

ଖୋର୍ଦ୍ଧା : ଜି. ଉଦୟଗିରିରୁ ଏଲଇଡି ବୋଝେଇ ଟାଟା ଏସିଇ ଗାଡି ଭୁବନେଶ୍ବର ଆସୁଥିବା ବେଳେ ୫୭ ନଂ ଜାତୀୟ ରାଜପଥରେ ଉକ୍ତ ଗାଡିକୁ ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଜି.ଉଦୟଗିରିରୁ ଏକ କାର୍ୟ୍ୟକ୍ରମ ସାରି ଟାଟା ଏସିଇ ଗାଡିରେ ୧୨ଟି ଏଲଇଡି, ମିକ୍ସର ମେସିନ, ପ୍ରୋସେସର, ଲାପଟପ, ମୋବାଇଲ ବୋଝେଇ କରି ଭୁବନେଶ୍ୱର ଆସୁଥିଲା । ବାଘମାରି ଥାନା ଅନ୍ତର୍ଗତ ବାଘମାରି ରାସ୍ତାରେ ଥିବା ପୋଖରୀ ନିକଟରେ ଏକ କାରରେ ୫ରୁ ଉର୍ଦ୍ଧ୍ବ ଦୁର୍ବୁର୍ତ୍ତ ଆସି ଗାଡିକୁ ଅଟକାଇଥିଲେ । ଗାଡିରେ ଥିବା ଲୋକମାନଙ୍କୁ ମାଡ ମାରିବା ସହ ଗାଡି ଓ ସମସ୍ତ ସାମଗ୍ରୀ ଲୁଟି ନେଇ ଫେରାର ହୋଇଯାଇଥିଲେ । ଗାଡିରେ ପ୍ରାୟ ୩୦ ଲକ୍ଷ ଟଙ୍କାର ସାମଗ୍ରୀ ରହିଥିଲା । ଏ ସମ୍ପର୍କରେ ବାଘମାରି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.