ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷା ନିର୍ବାଚନ ପାଇଁ ପ୍ରଶାସନର ହାଇ-ପ୍ରୋଫାଇଲ ଡ୍ରାମା ସମାପ୍ତ : ରାଜ୍ୟରେ ଚାଞ୍ଚଲ୍ୟ

• ପ୍ରଶାସନ ଓ ପୋଲିସର ଘୃଣ୍ୟ ଷଡଯନ୍ତ୍ରକୁ ଲୋକନିନ୍ଦା
• ବିଜେଡି ଦଳୀୟ ପ୍ରଥା ଉପରେ ଦଳୀୟ କର୍ମୀ ଓ ଗଞ୍ଜାମବାସୀଙ୍କ ଆସ୍ଥା ଭାଜନ ତୁଟିଲା

  • ଏଭଳି କାଣ୍ଡକୁ ନେଇ ଜିଲ୍ଲାର ବିଜେଡି ଦୁର୍ଗ ଉପରେ ହୋଇଛି ଶକ୍ତ ଧକ୍କା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷା ନିର୍ବାଚନ ପାଇଁ ପ୍ରଶାସନର ହାଇ-ପ୍ରୋଫାଇଲ ଡ୍ରାମା ସମାପ୍ତ ହୋଇଛି । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷା ଭାବେ ଅଗସ୍ତି ନୂଆଗାଁର ସମିତି ସଭ୍ୟା କିରଣ କୁମାରୀ ଦାସ ଶନିବାର ବିଧିବଦ୍ଧ ଭାବେ ନିର୍ବାଚିତ ହୋଇଛନ୍ତି । ଅଧ୍ୟକ୍ଷା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା କିରଣଙ୍କୁ ୧୨ଟି ଭୋଟ୍‌ ମିଳିଥିବା ବେଳେ ସୁନ୍ଦରପୁର ସମିତି ସଭ୍ୟା ସୁଜ୍ଞାନୀ ସେଠୀଙ୍କୁ ୬ଟି ଭୋଟ୍‌ ମିଳିଥିଲା ଯାହା ଛତ୍ରପୁର ବ୍ଲକ୍‌ର ସର୍ବମୋଟ ୧୮ଜଣ ସମିତି ସଭ୍ୟଙ୍କୁ ନେଇ କନ୍ଦଳ ଥିବା ଏହି ଭୋଟ ଗ୍ରହଣ ସମ୍ପନ୍ନ ହୋଇଛି । ପ୍ରଶାସନ ବିଧାୟକଙ୍କ ମୁହଁ ଦେଖି କରାଯାଇଥିବା ଉକ୍ତ ଷଡ଼ଯନ୍ତ୍ର ଘଟଣାକୁ ନେଇ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଯୋଗ୍ୟ ଯେ, ଗତମାର୍ଚ୍ଚ ୧୨ ତାରିଖରେ ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷା ନିର୍ବାଚନ ବେଳେ ୫ ଜଣ ସମିତି ସଭ୍ୟଙ୍କୁ କରୋନା ଦର୍ଶାଇ ଭୋଟ୍‌ ଗ୍ରହଣକୁ ହଠାତ ସ୍ଥଗିତ ରଖାଯାଇଥିଲା । ଯାହାକି, ପ୍ରଶାସନ ହସ୍ତକ୍ଷେପ କରି ଏହି ଡ୍ରାମା ହୋଇଥିଲା ବୋଲି ଅସନ୍ତୁଷ୍ଟ ବିଜେଡି ଗୋଷ୍ଠୀ ମତ ଦେଇଥିଲେ । ଶନିବାର ସେହି ଗୋଷ୍ଠୀର ୧୨ଜଣ ସମିତିସଭ୍ୟଙ୍କୁ ଖୋର୍ଦ୍ଧା ଜିଲ୍ଲା ଚିଲ୍ଲିକା ବରକୂଳ ପାନ୍ଥନିବାସରେ ଅଟକ ରଖାଯାଇଥିବା ସମ୍ପର୍କରେ ଗଣମାଧ୍ୟମ ଜାଣିପାରିଥିଲା । ଗଣମାଧ୍ୟମରେ ଘନଘନ ପ୍ରକାଶ ପାଇବା ପରେ ସେମାନଙ୍କୁ ଛାଡି ଦିଆଯାଇଥିଲା । ସେଠାରୁ ଗତକାଲି ନିର୍ଦ୍ଧାରଣ ଆନୁଯାୟୀ ବ୍ଲକ୍ ଅଧ୍ୟକ୍ଷା ନିର୍ବାଚନ ସ୍ଥଳରେ ପ୍ରଶାସନ ଗାଡ଼ିରେ ଆଣି ପହଞ୍ଚାଇଥିଲା ବୋଲି କୁହାଯାଏ । ସମିତିସଭ୍ୟା ଶ୍ରୀମତୀ କିରଣ କୁମାରୀ ଦାସ କହିଛନ୍ତି ଯେ, ଆଜି ଧର୍ମର ଜୟ ହୋଇଛି । ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଲାଗି ଆମେ ମୁକ୍ତି ପାଇ ଏହି ନିର୍ବାଚନରେ ସକ୍ରୀୟ ଅଂଶଗ୍ରହଣ କଲୁ । ନଚେତ ପୂର୍ବଭଳି ପୁଣି ପ୍ରଶାସନ ଏହି ନିର୍ବାଚନକୁ ସ୍ଥଗିତ କରି ଦେଇପାରିଥାନ୍ତା । ପ୍ରଶାସନ ଓ ବିଧାୟକଙ୍କର ଏହା ସଲାସୁତୁରା କାର୍ଯ୍ୟକୁ ଦୃଢ଼ନିନ୍ଦା କରିଛନ୍ତି । ପ୍ରଶାସନର ଦୁଇଦୁଇଥର ଏହି ଖେଳ ହାଇ-ପ୍ରୋଫାଇଲ ଡ୍ରାମା ସମାପ୍ତ ହୋଇଯାଇଛି । ବିଜୟ ଘୋଷଣା ପରେ ବିରାଟ ଶୋଭାଯାତ୍ରା, ଆତିସବାଜି ରୋଷଣୀ ଓ ବାଦ୍ୟଯନ୍ତ୍ର ଧ୍ୱନିରେ ସହର ପ୍ରକମ୍ପିତ ହୋଇ ଉଠିଥିଲା । ପୂର୍ବତନ ବିଧାୟକ ଡ଼ଃ.ପ୍ରିୟାଂଶୁ ପ୍ରଧାନଙ୍କ ଜୟଗାନ କରାଯାଉଥିବା ବେଳେ ବର୍ତ୍ତମାନର ବିଧାୟକଙ୍କୁ ଡାଉନ ଡାଉନ ସ୍ୱର ଉଠିଥିଲା ।

Leave A Reply

Your email address will not be published.