ଶ୍ରୀ ମନ୍ଦିର ରୋଷେଇ ଘରେ ପଶି ୭ଟି କୋଠଭୋଗ ଚୁଲି ସମେତ ୧୦୦ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀ ମନ୍ଦିର ରୋଷେଇ ଘରେ ପଶି ୧୦୦ ରୁ ଅଧିକ ଚୁଲି ଦୁର୍ବୃତ୍ତମାନେ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଆଜି ଭୋରରୁ ଏହି ଚୂଲି ଗୁଡିକୁ ଭାଙ୍ଗି ଦିଆଯାଇଛି । ମହାପ୍ରସାଦ ରନ୍ଧନ ପାଇଁ ବ୍ୟବହାର ହେଉଥିବା ଏହି ଚୁଲିଗୁଡିକୁ କେହି ଆକ୍ରୋଶମୂଳକ ଭାବେ ଭାଙ୍ଗି ଦେଇଥିବା ଆଶଙ୍କା କରାଯାଉଛି । ଏଥିରେ ୭ଟି କୋଠଭୋଗ ଚୂଲି ସମେତ ପ୍ରାୟ ପାଖାପାଖି ୧୦୦ ଚୂଲି ଭାଙ୍ଗି ଦେଇଥିବା ସୂଚନା ରହିଛି । ତେବେ କେବେଳ ଚାବି ପଡି ରହିଥିବା ଉତ୍ତରପାର୍ଶ୍ବ ଚୁଲି, ଏମାର ଚୁଲି, ଓଡିଆ ଚୁଲି ସୁରକ୍ଷିତ ରହିଛି । ବାକି ଅନ୍ୟ ସମସ୍ତ ଚୁଲି ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ତେବେ ଶ୍ରୀମନ୍ଦିରର କଡା ସୁରକ୍ଷାକୁ ଭେଦ କରି କିପରି ଏଭଳି ଅଘଟଣ ଘଟିଲା ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.