ସିଭିଲ କୋର୍ଟରେ ଭର୍ଚୁଏଲ୍‌ କୋର୍ଟରୁମ୍‌ର ଉଦ୍‌ଘାଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ଭର୍ଚୁଏଲ କୋର୍ଟ ରୁମ୍‌ ଉଦ୍‌ଘାଟିତ ହୋଇଛି । ସୁପିମ୍‌କୋର୍ଟ ମୁଖ୍ୟ ବିଚାରପତି ଧନଞ୍ଜୟ ଚନ୍ଦ୍ରଚୂଡ ଓ ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଏହାକୁ ଭର୍ଚୁଏଲ ମଧ୍ୟମରେ ଉଦ୍‌ଘାଟନ କରିଥିଲେ । ସମାରୋହରେ ବଲାଙ୍ଗିର ଜିଲ୍ଲା ଜଜ୍‌ ଲୋକନାଥ ମହାପାତ୍ର, ବାର୍‌ ଏସୋସିଏସନ୍‌ ସଭାପତି ଅମରେଶ ତ୍ରିପାଠୀ, ସେକ୍ରେଟାରୀ ଅଧିକାରୀ ଦନ୍ତା, କୋର୍ଟ ମ୍ୟାନେଜର ପ୍ରୀତିରାଣୀ ନାଗ, ଅନିଲ ଦାସ, ଶୁଭ୍ରାଂଶୁ ବାଗ, ସୁବ୍ରତ ମିଶ୍ର ସମସ୍ତ କୋର୍ଟ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.