ପୌର ପରିଷଦ ପକ୍ଷରୁ ମାରାଥନ୍ ଉଦ୍‌ଘାଟନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଉତ୍କଳ ଦିବସ ଓ ବରଗଡ଼ ଜିଲ୍ଲାର ପ୍ରତିଷ୍ଠା ଦିବସ ଅବସରରେ ପୌର ପରିଷଦ ପକ୍ଷରୁ ମାରାଥନ୍ ଉଦ୍‌ଘାଟନ କାର୍ଯ୍ୟକ୍ରମ ହୋଇଥିଲା । ବରଗଡ଼ ମୁଖ୍ୟ ରାସ୍ତା ବୀର ସୁରେନ୍ଦ୍ର ସାଏ ଛକଠାରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଓ ଭଟଲି ଛକ ଠାରେ ଧନୁଯାତ୍ରାର ପ୍ରତୀକ ସ୍ଵରୂପ ଶ୍ରୀକୃଷ୍ଣଙ୍କ କାଳୀୟଦଳନ ପ୍ରତିମୂର୍ତ୍ତିକୁ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସେହିପରି ବରଗଡ଼ ସରକାରୀ ବସଷ୍ଟାଣ୍ଡ ନିକଟରେ ‘ଫୁଡ କୋର୍ଟ’କୁ ନଗରବାସୀଙ୍କ ପାଇଁ ଅତିଥି ମାନେ ଲୋକାର୍ପିତ କରିଥିଲେ । ଫୁଡ୍ କୋର୍ଟରୁ ସମସ୍ତ ପ୍ରକାର ଫାଷ୍ଟ ଫୁଡ୍ ଉପଲବ୍ଧ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.