csstore

କେନ୍ଦୁଭଟାରେ କ୍ଷୁଦ୍ରଦାନା ଶସ୍ୟର ପୃଷ୍ଟିସାର ସମ୍ବନ୍ଧୀୟ କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କେନ୍ଦୁଭଟା ଦେବଦତ୍ତ କ୍ଲବ କାର୍ଯ୍ୟାଳୟଠାରେ ବ୍ଲକର ପଂଚାୟତିରାଜ ବିଭାଗର ନବ ନିର୍ବାଚିତ ପ୍ରତିନିଧି, କୃଷି ବିଭାଗ, ଶିକ୍ଷା ବିଭାଗ, ଶିଶୁ ବିକାଶ ବିଭାଗ ଓ ଚାଷୀମାନଙ୍କୁ ନେଇ କ୍ଷୁଦ୍ରଦାନା ଶସ୍ୟର ପୃଷ୍ଟିସାର ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ଗାଇସିଲାଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ଓ ଜିଲ୍ଲା ପରିଷଦ ସଭ୍ୟ ଝରଣା ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ । ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ଯଶୋବନ୍ତୀ ପ୍ରଧାନ, ବ୍ଲକ କୃଷି ଅଧିକାରୀ ପ୍ରାଣବନ୍ଧୁ ସାହୁ କିମ୍ବା ବିକାଶ ବିଭାଗର ସୁପରଭାଇଜର ଶ୍ରୀ ମହାନନ୍ଦ, ଦେବବତ କ୍ଲବ ସଂପାଦକ କାହ୍ନୁ ଚରଣ ମାଝି, ବ୍ଲକ ସଂଯୋଜକ ରୁଦ୍ର ସାହୁ, ସରପଞ୍ଚ ବିଲାସିନୀ ସାହୁ, ଅର୍ପିତା ପଣ୍ଡା, ସବିତା ପରିଜା, ସୁମିତ୍ରା ସାହୁ, ଜୟନ୍ତି ପ୍ରଧାନ, ସମିତି ସଭ୍ୟ ଦେବେନ୍ଦ୍ର ଯୋଶୀ, ସରୋଳ ଶ୍ରୀକୃଷ୍ଣ ସାହୁ ଯୋଗେଶ୍ୱର ନନ୍ଦ, ସରୋଜିନୀ ପ୍ରଧାନ ତଥା ଅଙ୍ଗନୱାଡୀ କର୍ମୀ ଓ ଚାଷୀମାନେ ଉପସ୍ଥିତ ଥିଲେ । ଏହି କର୍ମଶାଳାରେ ଅଂଚଳରେ ମାଣ୍ଡିଆ ଚାଷକୁ ପ୍ରାଧାନ୍ୟ ଦେବା, ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ଖାଇବା, ମାଣ୍ଡିଆର ଗୁଣ ଜାଣିବା, ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ, ଅଙ୍ଗନବାଡି କେନ୍ଦ୍ରରେ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ପ୍ରଦାନ ତଥା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମାଣ୍ଡିଆ ପ୍ରଦାନ ଉପରେ ଆଲୋଚନା କରାଯାଇଥିଲା । ସମସ୍ତେ ଏହି ଚାଷ ପାଇଁ ଆଗ୍ରହ ପ୍ରକାଶ କରିଥିବା ବେଳେ ନିଜ ଅଂଚଳର ଚାଷୀମାନଙ୍କୁ ପ୍ରବର୍ତାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ଶେଷରେ ଶେଷଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.